Mercedes-Maybach : ଖୁବ ଶୀଘ୍ର ଲଞ୍ଚ୍ ହେବ ମର୍ସିଡିଜ୍ ମେବାକର ପ୍ରଥମ ଇଲେକ୍ଟ୍ରିକ୍ ଏସୟୁଭି

0

ଭୁବନେଶ୍ବର : ଜର୍ମାନୀର ଅଟୋ ନିର୍ମାତା ମର୍ସିଡିଜ୍ ଏହାର ନୂଆ ଏସୟୁଭିର ଉନ୍ମୋଚନ କରିଛି । ମର୍ସିଡିଜ୍-ମେବାକ୍ (Mercedes-Maybach EQS 680) ( ଜର୍ମାନ ଉଚ୍ଚାରଣ – ମର୍ସିଡିଜ୍ ମାଇବାହ) ର ପ୍ରଥମ ଇଲେକ୍ଟ୍ରିକ୍ ଏସୟୁଭି ଖୁବ୍ ଶୀଘ୍ର ବିଶ୍ୱସ୍ତରରେ ଲଞ୍ଚ ହେବାକୁ ଯାଉଛି ।

ଗତ ଏପ୍ରିଲ ୧୭ରେ ସାଂଘାଇ ଅଟୋ ସୋ’ରେ କମ୍ପାନି ମର୍ସିଡିଜ୍-ମେବାକ୍ ଇକ୍ୟୁଏସ୍ ୬୮୦ ଗ୍ଲୋବାଲ୍ ଲଞ୍ଚ କରିଥିଲା। କମ୍ପାନୀ ଏହାର ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରିଛି ଏବଂ ଏହି ଭିଡିଓରେ ଏହି ନୂତନ ଏବଂ ଶକ୍ତିଶାଳୀ ଏସୟୁଭିର ଲୁକ୍, ଡିଜାଇନ୍ ଏବଂ କମ୍ଫର୍ଟ ବିଷୟରେ କୁହାଯାଇଛି ।

ଗାଡ଼ିର ସ୍ପେସିଫିକେସନ୍ ସମ୍ପର୍କରେ ସୂଚନା ଦେଇ କମ୍ପାନି କହିଛି ଯେ ଏହି ଇଲେକ୍ଟ୍ରିକ୍ ଏସ୍ୟୁଭିରେ ଏକ ଅଲ୍-ହ୍ୱିଲ୍ ଡ୍ରାଇଭ୍ ସିଷ୍ଟମ୍ ରହିବ। ଏହି କାର ୨ଟି ଇଲେକ୍ଟ୍ରିକ୍ ମୋଟର ରେ ଚାଲିବ । ଏହି ୨ଟି ଇଲେକ୍ଟ୍ରିକ୍ କାର୍ ସର୍ବାଧିକ ୬୫୦ ହର୍ସପାୱାର ଏବଂ ସର୍ବାଧିକ ୯୫୦ ଏନ୍ ଏମ୍ ଟର୍କ ଉତ୍ପାଦନ କରିବ। ମର୍ସିଡିଜ୍-ମେବାକ୍ ଇକ୍ୟୁଏସ୍ ୬୮୦ ମର୍ସିଡିଜ୍-ମେବାକ୍ ଇକ୍ୟୁଏସ୍ ୫୮୦ ଏସ୍ୟୁଭି ତୁଳନାରେ ଅଧିକ ଶକ୍ତିଶାଳୀ ହେବ, କାରଣ ଏହି ଏସ୍ୟୁଭି ସର୍ବାଧିକ ୫୪୪ ଏଚପି ଏବଂ ସର୍ବାଧିକ ୮୫୮ ଏନ୍ଏମ୍ ଟର୍କ ଉତ୍ପାଦନ କରିବ।

Leave A Reply

Your email address will not be published.