ଏମ୍‌ଜିଏମ୍ ସ୍କୁଲ ଅଫ୍ ସ୍ପୋର୍ଟସ୍ ଏବଂ ରବି ଶାସ୍ତ୍ରୀଙ୍କ କୋଚିଂ ବିୟଣ୍ଡ କ୍ରିକେଟ୍ ଏକାଡେମୀ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

0

ଭୁବନେଶ୍ୱର :  ଓଡ଼ିଶାରେ କ୍ରୀଡ଼ା ସଂସ୍କୃତିର ଉନ୍ନତି ଏବଂ ଅଧିକ ଦକ୍ଷ କ୍ରିକେଟର ସୃଷ୍ଟି କରିବା ପାଇଁ ଏମ୍‌ଜିଏମ୍ ଗ୍ରୁପ୍ ଭୁବନେଶ୍ୱରଠାରୁ ୩୦ କିଲୋମିଟର ଦୂର କଟକ ସହର ନିକଟରେ ଏମ୍‌ଜିଏମ୍ ସ୍କୁଲ ଅଫ୍ ସ୍ପୋର୍ଟସ୍ ନାମରେ ଏକ ଅତ୍ୟାଧୁନିକ ଉଚ୍ଚ ମାନର କ୍ରିକେଟ୍ ଏକାଡେମୀ ପ୍ରତିଷ୍ଠା କରିଛି । ଏହା ଦ୍ୱାରା ରାଜ୍ୟରେ ଉଚ୍ଚ ପ୍ରଦର୍ଶନ ଓ ଗୁଣାତ୍ମକ କ୍ରିକେଟ୍ ସଂସ୍କୃତିର ଉଦେ୍ଦଶ୍ୟକୁ ପ୍ରୋତ୍ସାହିତ କରାଯିବ । ଏହି ଆବାସିକ ଏକାଡେମୀ ଓଡ଼ିଶାର ଏମ୍‌ଜିଏମ୍ ଗ୍ରୁପ୍ ର ଫ୍ଲାଗସିପ୍ କମ୍ପାନି ଏମ୍‌ଜିଏମ୍ ମିନେରାଲ୍ସ ଲିମିଟେଡର ସମ୍ପୂର୍ଣ୍ଣ ମାଲିକାନାରେ ରହିଛି ।

ବର୍ତମାନର ପ୍ରଶାସନିକ ବ୍ୟବସ୍ଥା ଯଥା ଓଡ଼ିଶା ସରକାର ଓ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ର ସହଯୋଗରେ ଏମ୍‌ଜିଏମ୍ ସ୍କୁଲ ଅଫ୍ ସ୍ପୋର୍ଟସ୍ ଓଡ଼ିଶାର କ୍ରିକେଟ୍ ଇକୋସିଷ୍ଟମ୍ କୁ ସୁଦୃଢ଼ କରିବା ସହ ଦକ୍ଷ କ୍ରିକେଟର୍ ସୃଷ୍ଟି କରିବାକୁ ପ୍ରୟାସ କରିବ । ଏମ୍‌ଜିଏମ୍ ସ୍କୁଲ ଅଫ୍ ସ୍ପୋର୍ଟସ୍ ଜାତୀୟ କ୍ରିକେଟ୍ ଏକାଡେମୀ ଏବଂ ଉଚ୍ଚ ଖ୍ୟାତି ସମ୍ପନ୍ନ ଅନ୍ୟ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ମଡେଲରେ ଏକ ଫିଡର୍ ସଂସ୍ଥା ଭାବେ କାର୍ଯ୍ୟ କରିବ । ଆବାସିକ ସୁବିଧା, ଅନ୍ତର୍ଜାତୀୟ ମାନର କ୍ରିକେଟ୍ ପଡ଼ିଆ, ଟର୍ଫ, ଆଷ୍ଟ୍ରୋଟର୍ଫ ଓ ମାଟିଙ୍ଗ ପିଚ୍, ଛଅ ଲେନ୍ ଇନ୍ ଡୋର ଏରିନା, ସୁସଜ୍ଜିତ ଜିମ୍ନାସିୟମ୍, ସୁଇମିଂ ପୁଲ୍, ଫିଜିଓଥେରାପି ଓ ପୁନରୁଦ୍ଧାର କେନ୍ଦ୍ର, ପ୍ରେରଣା ହଲ୍, ପୁନର୍ବାସ କେନ୍ଦ୍ର, ବିଚ୍ ଭଲି ବଲ୍ କୋର୍ଟ, ବାସ୍କେଟବଲ୍ କୋର୍ଟ ଇତ୍ୟାଦି ରହିଛି । ଏହି କ୍ରୀଡ଼ା ଏକାଡେମୀ ଆଶାୟୀ କ୍ରିକେଟରମାନଙ୍କୁ ସେମାନଙ୍କ ଲକ୍ଷ୍ୟ ହାସଲ ପାଇଁ ପ୍ରଶିକ୍ଷଣ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ।

ଶ୍ରୀ ରବି ଶାସ୍ତ୍ରୀ, ଶ୍ରୀ ବି ଅରୁଣ ଏବଂ ଟିମ୍ ଇଣ୍ଡିଆର ପୂର୍ବତନ ପ୍ରଶିକ୍ଷକ  ଆର.ଶ୍ରୀଧରଙ୍କ ଦ୍ୱାରା ପ୍ରତିଷ୍ଠିତ ଭାରତର ଅନ୍ୟତମ ପ୍ରମୁଖ କ୍ରିକେଟ ପ୍ରଶିକ୍ଷଣ ଅନୁଷ୍ଠାନ କୋଚିଂ ବିୟଣ୍ଡ କ୍ରିକେଟ ସହ ଏମ୍‌ଜିଏମ୍ ସ୍କୁଲ ଅଫ୍ ସ୍ପୋର୍ଟସ୍ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ବିଶ୍ୱର ଶ୍ରେଷ୍ଠ ଅଭ୍ୟାସକୁ ଓଡ଼ିଶାରେ ଉପଲବ୍ଧ କରାଇବା ଉଦେ୍ଦଶ୍ୟରେ ଉନ୍ନତମାନର ପ୍ରଶିକ୍ଷଣ ସୁବିଧା ଓ କାର୍ଯ୍ୟକାରିତା ନିମନ୍ତେ ଏମଜିଏମ୍ ସ୍କୁଲ ୍ ଅଫ୍ ସ୍ପୋର୍ଟସ୍ ର ଏହି ଉଦ୍ୟମ ଜ୍ଞାନ ଓ ବୈଷୟିକ ଅଂଶୀଦାର କ୍ଷେତ୍ରରେ ସହାୟକ ହେବ ।

Leave A Reply

Your email address will not be published.