ପାଣ୍ଡିଆନ ମୋ ଉତ୍ତରାଧୀକାରୀ ନୁହନ୍ତି, ଓଡ଼ିଶାବାସୀ ତାହା ନିର୍ଣ୍ଣୟ କରିବେ : ନବୀନ

0

ଭୁବନେଶ୍ବର : ଭିକେ ପାଣ୍ଡିଆନଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏହି ପୂର୍ବତନ ଆଇଏଏସ ଅଫିସର ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ଏବଂ ଓଡିଶାବାସୀ ତାଙ୍କ ଉତ୍ତରାଧିକାରୀ ନିର୍ଦ୍ଧାରଣ କରିବେ । ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ଏହା କହିଛନ୍ତି।

ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିବା ଦାବି କୁ ସେ ଖାରଜ କରି କହିଛନ୍ତି ଯେ ସେ ସୁସ୍ଥ ଅଛନ୍ତି ଓ ଓଡ଼ିଶା ଲୋକଙ୍କ ସେବା କରିବାକୁ ପ୍ରସ୍ତୁତ ଅଛନ୍ତି । ଯଦି ପ୍ରଧାନମନ୍ତ୍ରୀ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ସେ ତାଙ୍କୁ ଫୋନ କରି ପଚାରିପାରିଥାନ୍ତେ ବୋଲି ନବୀନ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ତରଫରୁ ଭିକେ ପାଣ୍ଡିଆନ ନିଷ୍ପତ୍ତି ନେଉଛନ୍ତି ବୋଲି ବିରୋଧୀ ଓ ପୂର୍ବତନ ବିଜେଡି ନେତାଙ୍କ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, …। ଏହା ହାସ୍ୟାସ୍ପଦ ଏବଂ ମୁଁ ଏହା ପୂର୍ବରୁ ଅନେକ ଥର କହିସାରିଛି, ଏହା ଏକ ପୁରୁଣା ଅଭିଯୋଗ ଏବଂ ଏହାର କୌଣସି ମୂଲ୍ୟ ନାହିଁ | ମୁଁ ସର୍ବଦା କ୍ୟାବିନେଟ୍ ବୈଠକର ଅଧ୍ୟକ୍ଷତା କରେ । ଏମିତି କୌଣସି ବୈଠକ ହୋଇନାହିଁ, ଯେଉଁଥିରେ ମୁଁ ଅଧ୍ୟକ୍ଷତା କରିନଥିଲି।

Leave A Reply

Your email address will not be published.