ନେଟଫ୍ଲିକ୍ସ ଉପରେ ଆୟକର ବିଭାଗର ନଜର

0

ନୂଆଦିଲ୍ଲୀ: ଦେଶରେ ଷ୍ଟ୍ରିମିଂ ସେବାରୁ ନେଟଫ୍ଲିକ୍ସର ଆୟ ଉପରେ ଟିକସ ଲଗାଇବାକୁ ଭାରତ ଚାହୁଁଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆୟକର ବିଭାଗ ପକ୍ଷରୁ ଏକ ଡ୍ରାଫ୍ଟ ଆଦେଶରେ ଦାବି କରାଯାଇଛି ଯେ ୨୦୨୧-୨୨ ଆକଳନ ବର୍ଷରେ ନେଟଫ୍ଲିକ୍ସର ଇଣ୍ଡିଆନ୍ ପରମାନଣ୍ଟ ଏଷ୍ଟାବ୍ଲିସମେଣ୍ଟ (ପିଇ)ର ଆୟ ପ୍ରାୟ ୬.୭୩ ନିୟୁତ ଡଲାର ହେବ।

ବିଭାଗ ପକ୍ଷରୁ କୁହାଯାଇଛି, ଯେ ଭାରତରେ ଷ୍ଟ୍ରିମିଂ ସେବାର ପରିଚାଳନା ପାଇଁ ନେଟଫ୍ଲିକ୍ସର ମୂଳ ଆମେରିକୀୟ କମ୍ପାନିର କିଛି କର୍ମଚାରୀ ଭାରତରେ ଅବସ୍ଥାପିତ ଅଛନ୍ତି ଓ ଭିତ୍ତିଭୂମି ଅଛି । ଏଣୁ ଏହା ପିଇ ଓ ଟିକସ ପରିସର ମଧ୍ୟକୁ ଆସିଯାଉଛି ।

ପ୍ରଥମ ଥର ପାଇଁ ଭାରତ ଗ୍ରାହକଙ୍କୁ ଇଲେକ୍ଟ୍ରୋନିକ୍ କମର୍ସ ସେବା ପ୍ରଦାନ କରୁଥିବା ବିଦେଶୀ ଡିଜିଟାଲ୍ କମ୍ପାନୀ ଉପରେ ଟିକସ ଆଦାୟ କରିବ । ଏପରି ହେଲେ କେବଳ ନେଟଫ୍ଲିକ୍ସ ନୁହେଁ, ଅନ୍ୟ ଅନ୍ତର୍ଜାତୀୟ ଷ୍ଟ୍ରିମିଂ କମ୍ପାନି ଯେପରିକି ଆମାଜନ ପ୍ରାଇମ,ଡିଜନି, ଲାୟନ୍ସଗେଟ୍ ଆଦି ପ୍ରଭାବିତ ହେବେ ।

Leave A Reply

Your email address will not be published.