ଟ୍ବିଟରକୁ ଖୁବଶୀଘ୍ର ମିଳିବ ମହିଳା ସିଇଓ, ଘୋଷଣା କଲେ ଏଲନ ମସ୍କ୍

0

ନ୍ୟୁୟର୍କ : ଟ୍ୱିଟରର ନୂଆ ସିଇଓ ନିଯୁକ୍ତି ନେଇ ଘୋଷଣା କରିଛନ୍ତି ଏଲନ ମସ୍କ । ତେବେ କୌଣସି ବ୍ୟକ୍ତିଙ୍କ ନାମ ନନେଇ ଆଗାମୀ କିଛି ସପ୍ତାହ ମଧ୍ୟରେ ଏହି ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି। ଟ୍ୱିଟରରେ ମସ୍କ କହିଛନ୍ତି, ମୁଁ ଟ୍ୱିଟର ପାଇଁ ନୂଆ ସିଇଓ ନିଯୁକ୍ତ କରିଛି ବୋଲି ଘୋଷଣା କରି ଖୁସି ଲାଗୁଛି । ଆସନ୍ତା ୬ ସପ୍ତାହ ମଧ୍ୟରେ ସେ (ଜଣେ ମହିଳା) ଏହି ଦାୟିତ୍ୱ ଗ୍ରହଣ କରିବେ ।

ମସ୍କ ନିଜେ ଟ୍ୱିଟରର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏବଂ ମୁଖ୍ୟ ପ୍ରଯୁକ୍ତି ବିଦ୍ୟା ଅଧିକାରୀ ହେବେ ବୋଲି ମସ୍କ ଟ୍ୱିଟ୍ କରିଛନ୍ତି। ମସ୍କ ଦୀର୍ଘ ଦିନ ଧରି ଟ୍ୱିଟର ପାଇଁ ନୂଆ ସିଇଓ ଖୋଜୁଥିଲେ। ସେ ଗତ ବର୍ଷ ଡିସେମ୍ବରରେ ଏକ ସର୍ଭେ ଜରିଆରେ ଲୋକଙ୍କୁ ପଚାରିଥିଲେ ଯେ ସେ ସିଇଓ ପଦ ଛାଡ଼ିବେ କି ନାହିଁ। ଏହି ସର୍ଭେରେ ୫୭.୫% ଲୋକ ତାଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଥିଲେ। ଏହାପରେ ମସ୍କ କହିଥିଲେ ଯେ ଏହି ଚାକିରି ପାଇଁ କେହି ମିଳିବା ମାତ୍ରେ ମୁଁ ଇସ୍ତଫା ଦେବି। ନଭେମ୍ବରମାସରେ ମସ୍କ ଟ୍ୱିଟରରେ ନିଜର ସମୟ ହ୍ରାସ କରିବେ ବୋଲି ଆଶା ବ୍ୟକ୍ତ କରିଥିଲେ।

2

ଟ୍ୱିଟର କିଣିବା ପରେ ଅନେକ ପରିବର୍ତ୍ତନ କରାଯାଇଛି । ଅକ୍ଟୋବରରେ ନୂଆ ଟ୍ୱିଟର ମାଲିକ ଭାବେ ମସ୍କ ପ୍ରଥମ ଦୁଇ ସପ୍ତାହରେ ଦ୍ରୁତ ପରିବର୍ତ୍ତନ କରିଥିଲେ। ସେ ତୁରନ୍ତ ଟ୍ୱିଟରର ପୂର୍ବ ସିଇଓ ପରାଗ ଅଗ୍ରୱାଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଥିଲେ ଏବଂ ନଭେମ୍ବରରେ ଏହାର ଅଧା କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିଥିଲେ।

Leave A Reply

Your email address will not be published.