ଖୁବଶୀଘ୍ର ସଂସଦରେ ଆଗତ ହେବ ନୂଆ ଡିଜିଟାଲ ପର୍ସନାଲ ଡାଟା ସୁରକ୍ଷା ବିଲ୍ : ରାଜୀବ ଚନ୍ଦ୍ରଶେଖର

0

ନୂଆଦିଲ୍ଲୀ: କେନ୍ଦ୍ର ଦକ୍ଷତା ବିକାଶ, ଇଲେକ୍ଚ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଭାରତର ଡିଜିଟାଲ ଅର୍ଥନୀତିର ଅଭିବୃଦ୍ଧି ଉପରେ ବକ୍ତବ୍ୟ ରଖି କହିଛନ୍ତି ଯେ ଅର୍ଥନୀତିରେ ଡିଜିଟାଲ ଅର୍ଥନୀତିର ଅଂଶ ୨୦୧୪-୧୫ରେ ୩.୫ ପ୍ରତିଶତ ଥିବାବେଳେ ଆଜି ଏହା ୧୦ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୫-୨୬ ବେଳକୁ ଏହା ୨୦ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ଚନ୍ଦ୍ରଶେଖର କହିଛନ୍ତି ଯେ ୨୦୨୫-୨୬ ସୁଦ୍ଧା ଆମର ଲକ୍ଷ୍ୟ ହେଉଛି ୧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବା ।

୨୦୧୪ରେ ଆମେ ବିଶ୍ୱର ସବୁଠାରୁ ବଡ଼ ଡିଜିଟାଲ ସଂଯୋଗ ବିହୀନ ଦେଶ ଥିଲୁ। ୟୁପିଏ ସରକାର ଆଇଟି ଆଇନରେ ସଂଶୋଧନ କରି ବଡ଼ ବଡ଼ ଟେକ୍ କମ୍ପାନି ଓ ସୋସିଆଲ ମିଡିଆ କଂପାନିଗୁଡ଼ିକୁ ମୁକ୍ତି ଦେଇଥିଲେ। “୨୦୧୪ରେ ଆମକୁ ଏକ ବିଷାକ୍ତ ଇଣ୍ଟରନେଟ୍ ବ୍ୟବସ୍ଥା ମିଳିଥିଲା।

ରାଜୀବ ଚନ୍ଦ୍ରଶେଖର ମଧ୍ୟ ଆଜି ଏନଡିଟିଭିକୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଶେୟାର କରି କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆ ବିଲ୍ ଉପରେ ଅଂଶୀଦାରମାନଙ୍କ ସହ ଆଲୋଚନା ଚଳିତ ମାସରୁ ଆରମ୍ଭ ହେବ।

ସେ କହିଛନ୍ତି ଯେ ନୂଆ ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍ ଖୁବ୍ ଶୀଘ୍ର ସଂସଦରେ ଆଗତ ହେବ। ଆଜି ଆମେ ଏକ ଖୋଲା, ସୁରକ୍ଷିତ ଏବଂ ଡିଜିଟାଲ ନାଗରିକ ଭାବରେ ଇଣ୍ଟରନେଟକୁ ସୁରକ୍ଷିତ ରଖିବା ପାଇଁ ଏକ ଆଇନଗତ ପଦକ୍ଷେପ ଆରମ୍ଭ କରିଛୁ । ଆଜି ଭାରତ ମଧ୍ୟ ବିଶ୍ୱର ସର୍ବବୃହତ ସଂଯୋଜିତ ଦେଶ ଏବଂ ଆମେ ଭାରତକୁ ସବୁଠାରୁ ସୁରକ୍ଷିତ ଏବଂ ବିଶ୍ୱସନୀୟ ଦେଶ ରେ ପରିଣତ କରିବାକୁ ଚାହୁଁଛୁ । ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍ ଖୁବଶୀଘ୍ର ସଂସଦରେ ଆଗତ ହେବ ।

ସୂଚନାଯୋଗ୍ୟ, ସରକାର ୨୦୧୯ରେ ଏହି ବିଲ୍ (ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍) ଆଗତ କରିଥିଲେ। ସଂସଦର ଯୁଗ୍ମ କମିଟି ଏ ନେଇ ଅଂଶୀଦାରମାନଙ୍କ ସହ ଅନେକ ଆଲୋଚନା କରିଥିଲା। ପରେ ସରକାର ଏହି ବିଲ୍ କୁ ପ୍ରତ୍ୟାହାର କରି ନେଇଥିଲେ। ଏବେ ସରକାର ନୂଆ ଆବଶ୍ୟକତା ଅନୁଯାୟୀ ଏହି ବିଲର ଫର୍ମାଟରେ ପରିବର୍ତ୍ତନ କରୁଛନ୍ତି । ଏହି ବିଲ୍ ରେ ଡିଜିଟାଲ୍ ଶବ୍ଦ ମଧ୍ୟ ଯୋଡ଼ାଯାଇଛି।

Leave A Reply

Your email address will not be published.