ହ୍ବାଟ୍ସଆପର ନୂଆ ଫିଚର :  ସମାନ ଆକାଉଣ୍ଟକୁ ୪ଟି ଭିନ୍ନ ଭିନ୍ନ ଡିଭାଇସରେ ଖୋଲିପାରିବେ

0

 ଭୁବନେଶ୍ବର : ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟ୍ସଆପ ଏକ ନୂଆ ଫିଚର ଆଣିଛି । ଏହାମାଧ୍ୟମରେ ଉପଭୋକ୍ତା ୪ଟି ଭିନ୍ନ ଭିନ୍ନ ଡିଭାଇସରେ ସମାନ ଆକାଉଣ୍ଟକୁ ଲଗ୍ ଇନ୍ କରିପାରିବେ । ହ୍ୱାଟସଆପର ମୂଳ କମ୍ପାନୀ ମେଟାର ସିଇଓ ମାର୍କ ଜୁକରବର୍ଗ ନିଜେ ଏହି ନୂଆ ଫିଚର ବିଷୟରେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏକ ପୋଷ୍ଟ ଜରିଆରେ ସେ ୟୁଜର୍ସଙ୍କୁ ଅପଡେଟ୍ ଦେଇଛନ୍ତି ।

ମାର୍କ ଜୁକରବର୍ଗ ଏହି ପୋଷ୍ଟରେ ଲେଖିଛନ୍ତି ଯେ ଏବେ ଆପଣ ୪ଟି ଫୋନରେ ସମାନ ହ୍ୱାଟସଆପ ଆକାଉଣ୍ଟ (ହ୍ୱାଟସଆପ ଆକାଉଣ୍ଟ)ରେ ଲଗ୍ ଇନ୍ କରିପାରିବେ । ପୂର୍ବରୁ ହ୍ୱାଟସଆପର ଏହି ଫିଚରକୁ ବିଟା ଟେଷ୍ଟିଂ ପାଇଁ ରିଲିଜ କରାଯାଇଥିଲା । ଏବେ ଏହାକୁ ୟୁଜର୍ସଙ୍କ ପାଇଁ ଲଞ୍ଚ କରାଯାଇଛି ।

ଣ ଏହି ନୂଆ ଫିଚର ?

ହ୍ୱାଟ୍ସଆପର ଏହି ନୂଆ ଫିଚରରେ ସମସ୍ତ ଲିଙ୍କଡ ଡିଭାଇସ ସ୍ୱାଧୀନ ଭାବେ କାମ କରିବ । ଏହାବ୍ୟତୀତ ପ୍ରାଥମିକ ଡିଭାଇସରେ ନେଟୱାର୍କ ଆକସେସ୍ ନଥିବା ବେଳେ ହ୍ଵାଟ୍ସଆପ୍ ବ୍ୟବହାରକାରୀ ଅନ୍ୟ ସେକେଣ୍ଡାରୀ ଡିଭାଇସରେ ଆକାଉଣ୍ଟକୁ ଆକସେସ୍ କରିପାରିବେ। ୟୁଜରମାନେ ମେସେଜ ରିସିଭ କରିବା ରୁ ମେସେଜ ମଧ୍ୟ ପଠାଇପାରିବେ । କିନ୍ତୁ ଯଦି ଉପଭୋକ୍ତାଙ୍କ ପ୍ରାଥମିକ ଡିଭାଇସରେ ଆକାଉଣ୍ଟ ଦୀର୍ଘ ସମୟ ପର୍ଯ୍ୟନ୍ତ ସକ୍ରିୟ ରହିବ, ତେବେ ଆକାଉଣ୍ଟ ଅନ୍ୟ ଡିଭାଇସରୁ ସ୍ୱତଃସ୍ପୃତ ଭାବେ ଲଗ୍ ଆଉଟ୍ ହୋଇଯିବ।

କିପରି କରିବେ ଲଗ୍ ଇନ ?

ହ୍ୱାଟସଆପ ଆକାଉଣ୍ଟକୁ ଅନେକ ଉପାୟରେ ଲିଙ୍କ କରାଯାଇପାରିବ । ଯଦି ଉପଭୋକ୍ତା ପ୍ରାଥମିକ ଡିଭାଇସ୍ ସହିତ ଅନ୍ୟ ଡିଭାଇସରେ ଲଗ୍ ଇନ୍ କରିବାକୁ ଚାହୁଁଛନ୍ତି, ତେବେ ସେକେଣ୍ଡାରୀ ଡିଭାଇସର ହ୍ୱାଟ୍ସଆପ୍ ଆପ୍ଲିକେସନ୍ କୁ ଯାଆନ୍ତୁ ଏବଂ ଫୋନ୍ ନମ୍ବର ପ୍ରବେଶ କରନ୍ତୁ। ଏହାପରେ ପ୍ରାଥମିକ ଫୋନରେ ଓଟିପି ଦେବାକୁ ପଡିବ । ସେହିଭଳି ପ୍ରାଥମିକ ଡିଭାଇସରେ ଥିବା କୋଡ୍ ସ୍କାନ୍ କରି ଅନ୍ୟ ଡିଭାଇସ୍ କୁ ମଧ୍ୟ ଲିଙ୍କ୍ କରାଯାଇପାରିବ। ଅର୍ଥାତ୍ ଏବେ ଯେପରି ଓ୍ବେବ ହ୍ବାଟ୍ସଆପ୍ ଖୋଲୁଛନ୍ତି, ସେପରି ଉପାୟରେ ମୋବାଇଲ ସ୍କାନ କରି ଲଗଇନ କରିପାରିବେ ।

Leave A Reply

Your email address will not be published.