ଏପ୍ରିଲ ୧ରୁ ଲାଗୁ ହୋଇଛି ନୂଆ ଆୟକର ନିୟମ, ଜାଣନ୍ତୁ କ’ଣ ବଦଳିଲା

0

ନୂଆଦିଲ୍ଲୀ: ଶନିବାରଠାରୁ ଆରମ୍ଭ ହୋଇଯାଇଛି ନୂଆ ଆର୍ଥିକ ବର୍ଷ ୨୦୨୩-୨୪ । ଚଳିତ ଆର୍ଥିକ ବର୍ଷରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନଗୁଡିକର ପ୍ରଭାବ ଆପଣଙ୍କ ଟିକସ ଏବଂ ଟଙ୍କା ଉପରେ ଦେଖିବାକୁ ମିଳିପାରେ ।

ଆସନ୍ତୁ ଜାଣିବା ଆଜି ଅର୍ଥାତ୍ ଏପ୍ରିଲ ୧, ୨୦୨୩ରୁ ଆୟକର ( Income Tax)ରେ କ’ଣ ପରିବର୍ତ୍ତନ ହେବାକୁ ଯାଉଛି :

 

୧. ନୂଆ ଟିକସ ବ୍ୟବସ୍ଥା ଅଧୀନରେ ମୋଟ ଟିକସ ସ୍ଲାବ୍ ହ୍ରାସ: ବଜେଟ ୨୦୨୩ରେ ନୂଆ ଟିକସ ବ୍ୟବସ୍ଥା ଅଧୀନରେ ଟିକସ ସ୍ଲାବ୍ ସଂଶୋଧନ କରାଯାଇଛି। ସରକାରଙ୍କ ଘୋଷଣା ଅନୁଯାୟୀ, ନୂଆ ଟିକସ ବ୍ୟବସ୍ଥାରେ ଟିକସ ସ୍ଲାବ୍ କୁ ୬ରୁ ୫କୁ ହ୍ରାସ କରାଯାଇଛି। ଆସନ୍ତୁ ନଜର ପକାଇବା ନୂଆ ଟିକସ ବ୍ୟବସ୍ଥା ଅଧୀନରେ ଆଜିଠାରୁ ଲାଗୁ ହେଉଥିବା ନୂଆ ଟିକସ ସ୍ଲାବ ଉପରେ ।

୨. ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ନୂଆ ଟିକସ ବ୍ୟବସ୍ଥାରେ କୌଣସି ଟିକସ ନାହିଁ: ଯଦି ଜଣେ ବ୍ୟକ୍ତି ଗୋଟିଏ ଆର୍ଥିକ ବର୍ଷରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି ଏବଂ ନୂତନ ଟିକସ ବ୍ୟବସ୍ଥା ଚୟନ କରନ୍ତି, ତେବେ ତାଙ୍କୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କୌଣସି ଆୟକର ଦେବାକୁ ପଡିବ ନାହିଁ । ନୂଆ ଟିକସ ବ୍ୟବସ୍ଥାରେ ଆୟକର ଆଇନର ଧାରା ୮୭ଏ ଅନୁଯାୟୀ ଟିକସ ଛାଡ଼ କୁ ୧୨,୫୦୦ ଟଙ୍କାରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ପରିପ୍ରେକ୍ଷୀରେ ନୂଆ ଟିକସ ବ୍ୟବସ୍ଥା ବାଛିଥିବା ଲୋକଙ୍କୁ ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ।

୩. ନୂଆ ଟିକସ ବ୍ୟବସ୍ଥାରେ ମୌଳିକ ଛାଡ଼ ସୀମା ବୃଦ୍ଧି: ନୂଆ ଟିକସ ବ୍ୟବସ୍ଥାରେ ଆୟକର ସ୍ଲାବରେ ପରିବର୍ତ୍ତନ ଅଧୀନରେ ମୌଳିକ ଛାଡ଼ ସୀମା କୁ ୨.୫ ଲକ୍ଷଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଭଳି ସ୍ଥିତିରେ ଯଦି କୌଣସି ବ୍ୟକ୍ତି ୨୦୨୩-୨୪ ଆର୍ଥିକ ବର୍ଷରେ ନୂଆ ଟିକସ ବ୍ୟବସ୍ଥା ଚୟନ କରନ୍ତି ତେବେ ତାଙ୍କୁ ବାର୍ଷିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ ନାହିଁ।

୪. ନୂଆ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନର ଫାଇଦା: ବଜେଟ ୨୦୨୩ରେ ନୂଆ ଟିକସ ବ୍ୟବସ୍ଥାରେ ବେତନଭୋଗୀ ଓ ପେନସନଭୋଗୀଙ୍କ ପାଇଁ ୫୦,୦ ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ବ୍ୟବସ୍ଥା କରାଯାଇଛି ।

୫. ନୂଆ ଟିକସ ବ୍ୟବସ୍ଥା ହେବ ଡିଫଲ୍ଟ ବିକଳ୍ପ : ବଜେଟ ୨୦୨୩ରେ ନୂଆ ଟିକସ ବ୍ୟବସ୍ଥାକୁ ଡିଫଲ୍ଟ ବିକଳ୍ପ କରାଯାଇଛି। ଏଭଳି ପରିସ୍ଥିତିରେ ଯଦି ଆପଣ ପୁରୁଣା ଟିକସ ବ୍ୟବସ୍ଥାକୁ ନିର୍ଦ୍ଦିଷ୍ଟ ଭାବେ ବାଛିନଥାନ୍ତି, ତେବେ ଆପଣଙ୍କ ଆୟ ଉପରେ ଆୟକର ନୂଆ ଟିକସ ବ୍ୟବସ୍ଥା ଅନୁଯାୟୀ ହିସାବ କରାଯିବ।

ନୂଆ ଟିକସ ବ୍ୟବସ୍ଥାରେ ସରଚାର୍ଜ ହାର ହ୍ରାସ: ସରକାର ୨୦୨୩ ବଜେଟରେ ନୂଆ ଟିକସ ବ୍ୟବସ୍ଥା ଅଧୀନରେ ସରଚାର୍ଜ ହାର ହ୍ରାସ କରିବାକୁ ଘୋଷଣା କରିଛନ୍ତି। ନୂଆ ନିୟମ ଅନୁଯାୟୀ ବାର୍ଷିକ ୫ କୋଟି ଟଙ୍କା ଟିକସଯୋଗ୍ୟ ଆୟ କରୁଥିବା ଲୋକଙ୍କୁ ଏବେ ୩୭ ପ୍ରତିଶତ ପରିବର୍ତ୍ତେ ୨୫ ପ୍ରତିଶତ ହାରରେ ସରଚାର୍ଜ ଦେବାକୁ ପଡ଼ିବ।

୭. ଡେଟ୍ ମ୍ୟୁଚୁଆଲ୍ ଫଣ୍ଡ୍ ପାଇଁ ଏଲ୍ଟିସିଜି ସୁବିଧା ନାହିଁ: ବଜେଟ୍ ୨୦୨୩ ଡେଟ୍ ମ୍ୟୁଚୁଆଲ୍ ଫଣ୍ଡ୍ ଉପରେ ଉପଲବ୍ଧ ସୂଚୀକରଣ ସୁବିଧାକୁ ହଟାଇ ଦେଇଛି। ଅର୍ଥାତ୍ ଏବେ ଡେଟ୍ ମ୍ୟୁଚୁଆଲ୍ ଫଣ୍ଡର ଲାଭ ଉପରେ ଫିକ୍ସଡ୍ ଡିପୋଜିଟ୍ ଭଳି ଟିକସ ଲଗାଇବାକୁ ପଡ଼ିବ।

Leave A Reply

Your email address will not be published.