ଇଣ୍ଡିଆନ ଓମେନ୍ସ ଲିଗ ୨୦୨୪-୨୫ ସିଜନ ପାଇଁ ଯୋଗ୍ୟତା ଅର୍ଜନ କଲା ନୀତା ଫୁଟବଲ ଏକେଡେମୀ

0

ଭୁବନେଶ୍ୱର: ଓଡ଼ିଶା ଫୁଟବଲରେ ଐତିହାସିକ ସଫଳତା ହାସଲ କରିଛି ନୀତା ଫୁଟବଲ ଏକାଡେମୀ (ଏନଏଫଏ) । ଏହି ଏକାଡେମୀ ଭାରତର ପ୍ରମୁଖ ପେସାଦାର ଫୁଟବଲ ଲିଗ୍ ଇଣ୍ଡିଆନ ଓମେନ୍ସ ଲିଗ (ଆଇଡବ୍ଲୁଏଲ)ର ୨୦୨୪-୨୫ ସିଜନରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛି ।

ଆଇଡବ୍ଲୁଏଲର ଉଦଘାଟନୀ ସିଜିନରେ ରନର୍ସ ଅଫ ହୋଇ ନୀତା ଫୁଟବଲ ଏକାଡେମୀ ଏହି ସଫଳତା ହାସଲ କରିଛି । ୨୦୨୪ ମେ’ ୨୮ ତାରିଖରେ ଗୋଆର ମାପୁସାସ୍ଥିତ ଡୁଲେର ଷ୍ଟାଡିୟମରେ ଶେଷ ହୋଇଥିବା ଫାଇନାଲ ରାଉଣ୍ଡରେ ଏନଏଫଏ ଓ ଶ୍ରୀଭୂମି ଫୁଟ୍ ବଲ୍ କ୍ଲବ୍ (କୋଲକାତା) ୧୦ ପଏଣ୍ଟ ଲେଖାଏଁ ପାଇ ଟାଇଟେଲ ଭାଗ କରିଥିଲେ । ଫାଇନାଲ ରାଉଣ୍ଡରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.