ଆଇଡବ୍ଲ୍ୟୁଏଲ୍-୨ : ଚମତ୍କାର ବିଜୟ ସହ ଫାଇନାଲ୍ ରାଉଣ୍ଡରେ ପ୍ରବେଶ କଲା ଓଡ଼ିଶାର ନିତା ଫୁଟବଲ୍ ଏକାଡେମୀ

0

କୋଲକାତା: କୋଲକାତାର ଅମଲ ଦତ୍ତ କ୍ରୀଡ଼ାଙ୍ଗନଠାରେ ଖେଳାଯାଇଥିବା ନିର୍ଣ୍ଣାୟକ ମ୍ୟାଚରେ ଓଡ଼ିଶାର ନିତା ଫୁଟବଲ ଏକାଡେମୀ ୨-୦ ଗୋଲରେ ଛତିଶଗଡ଼ର ଏମଜିଏମ ଆମ୍ବୁସ୍ କ୍ଲବକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ନିତା ଫୁଟବଲ ଏକେଡେମୀ ଲିଗ ର ଶ୍ରେଷ୍ଠ ୬ ଟି ଦଳ ମଧ୍ୟରେ ସ୍ଥାନ ପାଇଛି ଏବଂ ଆଇଡବ୍ଲ୍ୟୁଏଲ୍ ୨ର ଫାଇନାଲ ରାଉଣ୍ଡରେ ପହଞ୍ଚାଇଛି। ତାରକା ଖେଳାଳି ଦେବଲିନା ସରକାର ଓ ବବିତା କୁମାରୀ ଗୋଟିଏ ଲେଖାଏଁ ଗୋଲ୍ ଦେଇ ନିଜର ଦକ୍ଷତା ପ୍ରଦର୍ଶନ କରି ଦଳର ସ୍ଥିତିକୁ ସୁଦୃଢ଼ କରିଥିଲେ। ସୁବ୍ରତ ଦାସ, ସମ୍ପାଦକ ଏର ଅରୁଣ ପରିଜା, ମୁଖ୍ୟ ପ୍ରଶିକ୍ଷକ ସୁରଜିତ ଘୋଷ, ପ୍ରଶିକ୍ଷକ ପ୍ରତିମା ବିଶ୍ୱାସ ଓ ଧନେଶ୍ୱର ତିର୍କୀ ଓ ଏକାଡେମିର ଅନ୍ୟ ଅଧିକାରୀମାନେ ଦଳକୁ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.