ମଉଳିଲା ମେଣ୍ଟ ସମ୍ଭାବନା, ଏକାକୀ ଲଢିବେ ବିଜେଡି, ବିଜେପି

0

ଭୁବନେଶ୍ୱର: ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟକୁ ନେଇ ଚିତ୍ର ସ୍ପଷ୍ଟ ହେଉନି। ଏହାକୁ ନେଇ ଯେତିକି ବିଳମ୍ବ ହେଉଛି  ମେଣ୍ଟ ସମ୍ଭାବନା ସେତିକି ମଉଳି ଯାଉଛି । ଏପରିକି ରାଜ୍ୟର କେତେକ ଗଣମାଧ୍ୟମଙ୍କ ରିପୋର୍ଟ ଅନୁସାରେ ଆଉ ମେଣ୍ଟ ହେବ ନାହିଁ । ଉଭୟ ଦଳ ଅଲଗା ଲଢିବାକୁ ମନସ୍ତ କରିସାରିଲେଣି ଓ ଗୁରୁବାର କିମ୍ବା ଶୁକ୍ରବାର ଏ ନେଇ ଘୋଷଣା କରାଯାଇପାରେ ।

ଅନ୍ୟପଟେ ନିର୍ବା‌ଚନ ପାଇଁ ବିଜେଡି ତା’ର ସାଂଗଠନିକ ପ୍ରସ୍ତୁତି ଜୋର୍‌ଦାର କରିଛି। ନିଜେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନବୀନ ନିବାସରେ ଦିନତମାମ ସାଂଗଠନିକ କସ୍‌ରତ ଚଳାଇଛନ୍ତି। ସୋମବାର ପୁରୀ ଓ କେନ୍ଦ୍ରାପଡ଼ା ସଂସଦୀୟ ‌କ୍ଷେତ୍ରର ସମୀକ୍ଷା ପରେ ଗତକାଲି କୋରାପୁଟ ଓ ନବରଙ୍ଗପୁର ପାଳି ଥିଲା। ପୂର୍ବାହ୍ନରେ କୋରାପୁଟ ଓ ଅପରାହ୍ନରେ ନବରଙ୍ଗପୁରର ସମୀକ୍ଷା କରିଥିଲେ ନବୀନ।

ଆଜି (ଗୁରୁବାର) ନବୀନ ନିବାସରେ ତିନୋଟି ଲୋକସଭା କ୍ଷେତ୍ରର ସମୀକ୍ଷା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବାହ୍ଣରେ ବ୍ରହ୍ମପୁର ଓ ଆସ୍କା ଲୋକସଭା ଆସନ ଓ ଅପରାହ୍ନରେ ଭୁବନେଶ୍ୱର ଲୋକସଭା ଆସନର ସମୀକ୍ଷା କରାଯିବ । ଏହି ସମୀକ୍ଷାରେ ଦଳୀୟ ବିଧାୟକ, ସାଂସଦ ଓ ନେତାମାନେ ସାମିଲ ହୋଇଛନ୍ତି ।

ଭୁବନେଶ୍ବର ଆସନ ସମ୍ପର୍କରେ ନବୀନ ନିବାସରେ ସମୀକ୍ଷା ହେବା ଅର୍ଥ ହେଉଛି ଏହି ଆସନ ପାଇଁ ବିଜେପିର ଅପରାଜିତାଙ୍କ ବିପକ୍ଷରେ ବିଜେଡ଼ି ନିଜର ପ୍ରାର୍ଥୀ ଦେବ । ଅର୍ଥାତ ଏହା ମେଣ୍ଟ ସମ୍ଭାବନା ନଥିବା ସୂଚାଉଛି ।

 

Leave A Reply

Your email address will not be published.