ଓଡ଼ିଶାରେ ମହାପରିବର୍ତ୍ତନ, ବିଜେପିକୁ ବହୁମତ, କେନ୍ଦ୍ରରେ କମିଲା ବିଜେପିର ଆସନ

0

ଭୁବନେଶ୍ବର : ଦୀର୍ଘ 24 ବର୍ଷ ପରେ ଓଡିଶାରେ ହୋଇଛି ମହାପରିବର୍ତ୍ତନ । ଓଡ଼ିଶାବାସୀ ପରିବର୍ତ୍ତନ ସପକ୍ଷରେ ମତଦାନ କରିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିବାକୁ ଯାଇଛି ।ଓଡ଼ିଶାର ମୋଟ 147ଟି ବିଧାନସଭା ଆସନ ମଧ୍ୟରୁ ବିଧାନସଭା ନିର୍ବାଚନରେ ବିଜେପିକୁ 78ଟି ଆସନ ମିଳିଥିବାବେଳେ ବିଜେଡିକୁ 51ଟି ଆସନ ମିଳିଛି ଓ କଂଗ୍ରେସକୁ 14ଟି ଆସନ ମିଳିଛି । ଅନ୍ୟମାନେ 4ଟି ଆସନ ଜିତିଛନ୍ତି ।

ବ୍ରହ୍ମପୁର ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ଜୁନ 10 ତାରିଖରେ ଓଡ଼ିଶାରେ ଜଣେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ତାହା ସତ ହେବାକୁ ଯାଉଛି ।

କେବଳ ବିଧାନସଭା ନୁହେଁ, ଲୋକସଭା ଫଳାଫଳରେ ବି ବିଜେପି ଚମକପ୍ରଦ ସଫଳତା ହାସଲ କରିବାକୁ ଯାଉଛି । ଓଡ଼ିଶାର ମୋଟ 21 ଆସନରୁ ବିଜେପି 20 ଟି ରେ ବିଜୟ ହାସଲ କରି ପୋଛିନେଇଛି ଓ ବିଜେଡି କୌଣସି ଆସନରେ ଜିତିପାରିନାହିଁ ।

ଲୋକସଭା ଆସନରେ ଏନଡିଏ ପୁଣି ସରକାର ଗଢିବାର ସମ୍ଭାବନା ଥିଲେ ମଧ୍ୟ ବିଜେପି ପାଇଁ ତାହା ନିରାଶାଜନକ ମନେ ହେଉଛି । କାରଣ ଗତ 2ଟି ନିର୍ବାଚନରେ ବିଜେପି ଏକାକୀ ବହୁମତ ହାସଲ କରିଥିଲେ ବି ଏଥର ବହୁମତ ହାସଲ କରିପାରିନାହିଁ । ବିଜେପିକୁ 242ଟି ଆସନ ମିଳିଥିବାବେଳେ ଏନଡିଏକୁ 292ଟି ଆସନ ମିଳଛି । ଇଣ୍ଡିଆ ମେଣ୍ଟକୁ 234ଟି ଆସନ ମିଳିଛି ।

Leave A Reply

Your email address will not be published.