ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ସମେତ ଜଣଙ୍କୁ ମିଳିବ ପଦ୍ମ ବିଭୂଷଣ, 22 ଜଣଙ୍କୁ ମିଳିବ ପଦ୍ମ ଭୂଷଣ

ଓଡ଼ିଶାର 4 ଜଣଙ୍କୁ ପଦ୍ମଶ୍ରୀ- ବିନୋଦ ମହାରଣା, ଭାଗବତ ପ୍ରଧାନ, ବିନୋଦ କୁମାର ପଶାୟତ ଓ ଗୋପୀନାଥ ସ୍ବାଇଁ

0

ନୂଆଦିଲ୍ଲୀ :  କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । 5 ଜଣଙ୍କୁ ପଦ୍ମ ବିଭୂଷଣ, 22 ଜଣଙ୍କୁ ପଦ୍ମଭୂଷଣ ଓ 132 ଜଣଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯିବ । ପଦ୍ମ ଭୂଷଣ ପାଇଥିବା ବ୍ୟକ୍ତିମାନେ ହେଲେ କଳା ପାଇଁ ବୈଦୟନ୍ତିମାଲା ବାଲି, କେ.ଚିରଞ୍ଜିବୀ, ପଦ୍ମା ସୁବ୍ରମଣ୍ୟମ, ପୂର୍ବତନ ଉପରାଷ୍ଟ୍ରପତି ଏମ.ଭେଙ୍କିଆ ନାଇଡୁ, ସାମାଜିକ କର୍ମୀ ବିନ୍ଦେଶ୍ବର ପାଠକ ।

ସେହିପରି ପଦ୍ମ ଭୂଷଣ ପାଇଥିବା ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ, ଶିଳ୍ପପତି ସୀତାରାମ ଜିନ୍ଦଲ, ତାଇଓ୍ବାନର ଶିଳ୍ପପତି ୟଙ୍କ ଲିୟୁ, ପୂର୍ବତନ ମନ୍ତ୍ରୀ ରାନ ନାୟକ, ଗାୟିକା ଉଷା ଉଥୁପ, ଅଭିନେତା ବିଜୟକାନ୍ତ ( ମରଣୋତ୍ତର), ଲଦାଖର ଧର୍ମଗୁରୁ ଟୋଙ୍ଗାନ ରିମ୍ପୋଛେ, ଚିକିତ୍ସା ବିଜ୍ଞାନପାଇଁ ତେଜସ ମଧୁସୁଦନ ପଟେଲ ଇତ୍ୟାଦି ।

ପଦ୍ମଶ୍ରୀ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଓଡ଼ିଶାର 4 ଜଣ ଅଛନ୍ତି । ସେମାନେ ହେଲେ କଳାପାଇଁ ବିନୋଦ ମହାରଣା, ଭାଗବତ ପ୍ରଧାନ, ବିନୋଦ କୁମାର ପଶାୟତ ଓ ଗୋପୀନାଥ ସ୍ବାଇଁ ।

Leave A Reply

Your email address will not be published.