ବିଜେପିରେ ମିଶିବା ପରେ ବିଜେଡ଼ିକୁ ଟାର୍ଗେଟ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

0

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତରେ ସେ ବୁଧବାର ପଦ୍ମ ଧରିଛନ୍ତି।  ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାରେ ଅନ୍ଧ, ମୂକ ବଧିର ସରକାରକୁ ହଟାଇବାର ସମୟ ଆସିଛି।

ନବୀନ ବାବୁ ଅଟଳ ବିହାରୀ ବାଜପେୟୀଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ପରେ ନିଜର ସ୍ବାର୍ଥ ଲାଗି ବିଜେପିର ହାତ ଛାଡ଼ିଥିଲେ। ନବୀନ ବାବୁଙ୍କୁ ହଟାଇବା ଓ ବିଜେପିକୁ କ୍ଷମତାକୁ ଆଣିବାର ସମୟ ଆସିଛି। ଲୋକଙ୍କ ପାଇଁ ହେବ ବିଜେପି ସରକାର। ରାଜ୍ୟର ସଚିବାଳୟ ସମସ୍ତଙ୍କ ପାଇଁଖୋଲା ରହିବ। ପ୍ରଦୀପ କହିଛନ୍ତି ଓଡ଼ିଶା ଫାଷ୍ଟ, ଓଡ଼ିଆ ଫାଷ୍ଟ ପାଇ ସଂକଳ୍ପ ନେବା । ହିଞ୍ଜିଲିରୁ ମିଶନ ଆରମ୍ଭ ହେବ, ଭୁବନେଶ୍ୱରରେ ଶେଷ ହେବ ବୋଲି ସେ କହିଛନ୍ତି ।

ଏହି ମିଶ୍ରଣ ଅବସରରେ ବିଜେପି ରାଜ୍ୟ ସଭାପିତ ମନମୋହନ ସାମଲ କହିଛନ୍ତି ଯେ ପ୍ରଦୀପ ଆସିବା ପରେ କେବଳ ଅବିଭାଜିତ ଗଞ୍ଜାମ ନୁହେଁ, ସମଗ୍ର ରାଜ୍ୟରେ ଦଳ ଶକ୍ତିଶାଳୀ ହେବ ।

 

Leave A Reply

Your email address will not be published.