ଆଜି ଅପରାହ୍ଣରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

0

ପୁରୀ: ଆଉ କିଛି ସମୟ ପରେ ଲୋକାର୍ପିତ ହେବ ପୁରୀ ଶ୍ରୀମନ୍ଦିରର ଭବ୍ୟ ପ୍ରଦକ୍ଷିଣ ମାର୍ଗ- ପରିକ୍ରମା ପ୍ରକଳ୍ପ। ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଲୋକାର୍ପଣ ପୂର୍ବରୁ ବରଣୀୟ ବ୍ରାହ୍ମଣଙ୍କ ଦ୍ବାରା ପଞ୍ଚ କସାୟନରେ ପରିକ୍ରମା ପ୍ରକଳ୍ପ ଫଳକ ଓ ପଥ ଶୋଧ ବିଧି ସମ୍ପନ୍ନ ହୋଇଛି।

ବୁଧବାର ଅପରାହ୍ଣ ୧ଟା ୧୫ରୁ ସାଢ଼େ ୧ଟା ଭିତରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏହାର ଫଳକ ଲୋକାର୍ପଣ କରିବେ। ଏହାପୂର୍ବରୁ ପ୍ରାୟ ଅପରାହ୍ଣ ପ୍ରାୟ ସାଢ଼େ ୧୨ଟାରେ ବେଦପାଠ ପୂର୍ବକ ଶ୍ରୀନଅରରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯଜ୍ଞସ୍ଥଳକୁ ବିଜେ କରି ଯଜ୍ଞକୁଣ୍ଡରେ ଆହୁତି ଦେବେ। ଅପରାହ୍ଣ ସାଢ଼େ ୧ଟାରୁ ୨ଟା ଭିତରେ ତିନିଦିନ ଧରି ଚାଲିଥିବା ମହାଯଜ୍ଞର ପୂର୍ଣ୍ଣାହୁତି କରିବେ ଗଜପତି ମହାରାଜା । ପରେ ସଭାସ୍ଥଳକୁ ଯାଇ ରାଜ୍ୟ ତଥା ଦେଶବିଦେଶରୁ ନିମନ୍ତ୍ରିତ ସାଧୁସନ୍ଥ ଓ ୮୫୦ଜଣ ଅତିଥିଙ୍କୁ ମୁଖ୍ୟମନ୍ତ୍ରୀ ଓ ଗଜପତି ମହାରାଜା ଉଦ୍‌ବୋଧନ ଦେବେ। ଏଥିପାଇଁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ନେତୃତ୍ବରେ ୮୦ ପ୍ଲାଟୁନ୍‌ ଫୋର୍ସ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ରର ସୁରକ୍ଷା ବ୍ୟବସ୍ଥାକୁ ହାତକୁ ନେଇଛନ୍ତି।

Leave A Reply

Your email address will not be published.