ଭାରତର ବଡ଼ କୂଟନୈତିକ ବିଜୟ, ଗୁଇନ୍ଦାଗିରି ଅଭିଯୋଗରେ ଫାଶୀ ପାଇଥିବା ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ମୁକ୍ତ କଲା କତର

0

ନୂଆଦିଲ୍ଲୀ: ଗୁଇନ୍ଦାଗିରି ଅଭିଯୋଗରେ ପ୍ରାୟ ସାଢ଼େ ତିନି ମାସ ତଳେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଯବାନଙ୍କୁ ମୁକ୍ତ କରିଛି କତର। ଏହା ଭାରତ ପାଇଁ ଏକ ବଡ଼ କୂଟନୈତିକ ବିଜୟ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ମୁକ୍ତ ହୋଇଥିବା ୮ ଜଣ ଭାରତୀୟଙ୍କ ମଧ୍ୟରୁ ୭ ଜଣ ଭାରତ ଫେରିଛନ୍ତି ଏବଂ କତାରର ଅମୀରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରୁଛି।

କତାରରେ ଅଟକ ଥିବା ଦହରା ଗ୍ଲୋବାଲ କମ୍ପାନୀରେ କାମ କରୁଥିବା ୮ ଜଣ ଭାରତୀୟନାଗରିକଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାର ସ୍ୱାଗତ କରିଛନ୍ତି । ମୁକ୍ତ ହୋଇଥିବା ୮ ଜଣ ଭାରତୀୟଙ୍କ ମଧ୍ୟରୁ ୭ ଜଣ ଭାରତ ଫେରିଛନ୍ତି। ଏହି ନାଗରିକମାନଙ୍କୁ ସେମାନଙ୍କ ଘରକୁ ଫେରାଇ ଆଣିବା ସମ୍ଭବ କରିବା ପାଇଁ କତାରର ଅମୀରଙ୍କ ନିଷ୍ପତ୍ତିକୁ ଆମେ ପ୍ରଶଂସା କରୁଛୁ।

ଅକ୍ଟୋବର ୨୬ରେ କତାର ର ଏକ ଅଦାଲତ ପୂର୍ବତନ ନୌସେନା କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ଗତ ଡିସେମ୍ବର ୨୮ ତାରିଖରେ ଉପସାଗରୀୟ ଦେଶର କୋର୍ଟ ଅଫ୍ ଆପିଲ୍ ମୃତ୍ୟୁଦଣ୍ଡାଦେଶକୁ ହ୍ରାସ କରିବା ସହ ପୂର୍ବତନ ନୌସେନା କର୍ମଚାରୀଙ୍କୁ ଭିନ୍ନ ଭିନ୍ନ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଘରୋଇ କମ୍ପାନି ଅଲ୍ ଦହରାରେ କାମ କରୁଥିବା ଏହି ଭାରତୀୟ ନାଗରିକମାନଙ୍କୁ ଅଗଷ୍ଟ ୨୦୨୨ରେ ଗୁଇନ୍ଦାଗିରି ମାମଲାରେ ଗିରଫ କରାଯାଇଥିଲା।

Leave A Reply

Your email address will not be published.