ବିଜେପି-ବିଜେଡି ମିଶି ଓଡ଼ିଶା ଲୋକଙ୍କୁ ପାନ (PAANN) ଧରାଇଛନ୍ତି : ରାହୁଲ ଗାନ୍ଧି

ବେରୋଜଗାର ଯୁବକଙ୍କୁ ନିଯୁକ୍ତିର ଗ୍ୟାରେଣ୍ଟି ଓ ଗରିବ ମହିଳାଙ୍କ ବ୍ୟାଙ୍କ ଖାତାକୁ 1 ଲକ୍ଷ ଟଙ୍କା ଦିଆଯିବ

0

ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଉଭୟ ବିଜେପି ଓ ବିଜେଡିକୁ କଠୋର ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ବିବାହ ହୋଇଛି । ଆପଣ ତାହାକୁ ବିବାହ କହିପାରନ୍ତି, ସହଯୋଗିତା କହିପାରନ୍ତି, କିନ୍ତୁ ଏହା ସ୍ପଷ୍ଟ ଯେ ରାଜ୍ୟରେ ଏହି ଦୁଇ ଦଳର ମିଳିତ ସରକାର ରହିଛି । ସେ କହିଛନ୍ତି ଯେ ଅଙ୍କଲଜୀ ଓ ନବୀନବାବୁ ଓଡ଼ିଶା ଲୋକଙ୍କୁ ପାନ (PAANN) ଧରାଇଦେଇଛନ୍ତି । ଅର୍ଥାତ ରାଜ୍ୟକୁ ପାଣ୍ଡିଆନ, ଅମିତ ଶାହା, ନରେନ୍ଦ୍ର ମୋଦୀ ଓ ନବୀନ ପଟ୍ଟନାୟକ ଚଳାଉଛନ୍ତି । ରାଜ୍ୟରେ ଖଣି ଦୁର୍ନୀତି ବାବଦରେ 9 ଲକ୍ଷ କୋଟି ଚୋରି ହୋଇଛି, 20 ହଜାର କୋଟିର ଜମି ଜବରଦଖଲ ଦୁର୍ନୀତି ହୋଇଛି । କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର ଆସିଲେ ଏସବୁ ଲୁଟ ହୋଇଥିବା ଅର୍ଥ ଜନତାଙ୍କୁ ଫେରସ୍ତ ଦିଆଯିବ ।

ତେଲେଙ୍ଗାନା ଓ କର୍ଣ୍ଣାଟକରେ ସିଧାସଳଖ ମହିଳାଙ୍କ ବ୍ୟାଙ୍କ ଖାତାଙ୍କୁ ଟଙ୍କା ଦିଆଯାଇଛି । ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ମହିଳାଙ୍କ ବ୍ୟାଙ୍କ ଖାତାକୁ ମାସକୁ 2 ହଜାର ଟଙ୍କା, ବେରୋଜଗାର ଯୁବକଙ୍କ ବ୍ୟାଙ୍କ ଖାତାକୁ 3 ହଜାର ଟଙ୍କା ଓ ମାସିକ 200 ୟୁନିଟ ବିଜୁଳି ମାଗଣାରେ ମିଳିବ । ସେହିପରି ମାତ୍ର 500 ଟଙ୍କାରେ ଗ୍ୟାସ ସିଲିଣ୍ଡର ମିଳିବ । ସେହିପରି ବେରୋଜଗାର ଯୁବକଙ୍କୁ ନିଯୁକ୍ତିର ଗ୍ୟାରେଣ୍ଟି ଦିଆଯିବ ।

 

Leave A Reply

Your email address will not be published.