ସୋମବାର ସୁରତ ଯିବେ ରାହୁଲ ଗାନ୍ଧି, ନିମ୍ନ କୋର୍ଟ ରାୟ ବିରୋଧରେ କରିବେ ଅପିଲ୍

0

ନୂଆଦିଲ୍ଲୀ : ମୋଦୀ ଉପନାମ ସଂପର୍କିତ ମାନହାନୀ ମାମଲାରେ ୨ ବର୍ଷ ଜେଲଦଣ୍ଡ ପାଇବା ପରେ ସାଂସଦ ପଦ ହରାଇଥିବା ରାହୁଲ ଗାନ୍ଧି ସୋମବାର ସୁରତ ଗସ୍ତରେ ଯିବାର ସମ୍ଭାବନା ରହିଛି । ମାନହାନୀ ମାମଲାରେ ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ସେ ସୁରଟର ସେସନ୍ସ କୋର୍ଟରେ ଆବେଦନ କରିବେ ବୋଲି କୁହାଯାଉଛି । ଜେଏମ୍ କୋର୍ଟ ରାହୁଲଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ମାନହାନି ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହେବାକୁ ଚ୍ୟାଲେଞ୍ଜ କରାଯିବ । ଯଦି କୋର୍ଟ ସେମାନଙ୍କ ଦାବିକୁ ଅନୁମୋଦନ କରନ୍ତି, ତେବେ ସେ ସଂସଦର ସଦସ୍ୟତା ଫେରିପାଇବାର ସମ୍ଭାବନା ରହିଛି ।

ମୋଦି ସାଙ୍ଗିଆ ମାମଲାରେ ଗୁଜରାଟର ନିମ୍ନ ଅଦାଲତ ତାଙ୍କୁ ଆଇପିସିର ଧାରା ୪୯୯, ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାର ଗୋଟିଏ ଦିନ ପରେ ଲୋକସଭା ସଚିବାଳୟ ତାଙ୍କୁ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରିଥିଲା। ଏହି ନିଷ୍ପତ୍ତି ପରେ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୋଦି ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ ସେ ଗାନ୍ଧୀ, ସାବରକର ନୁହଁନ୍ତି, ଏଣୁ କାହାକୁ ଭୟ କରନ୍ତି ନାହିଁ ।

ଣ ଥିଲା ଘଟଣା

୨୦୧୯ରେ ସାଧାରଣ ନିର୍ବାଚନ ସମୟରେ ରାହୁଲ ଗାନ୍ଧି କର୍ଣ୍ଣାଟକର କୋଲାରରେ ଏକ ରାଲିରେ କହିଥିଲେ, କାହିଁକି ସବୁ ଚୋରଙ୍କ ସାଙ୍ଗିଆ ମୋଦି ? ତାଙ୍କ ଏହି ବୟାନ ପରେ ରାଜନୀତି ସରଗରମ ହୋଇଥିଲା । ସୁରତ ପଶ୍ଚିମର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ
ଏହାକୁ ନେଇ ଏକ ମାନହାନୀ ମାମଲା ଦାୟର କରିଥିଲେ। ରାହୁଲ ଗାନ୍ଧୀଙ୍କ ଏହି ବୟାନ ସମଗ୍ର ମୋଦୀ ସମାଜକୁ ଅପମାନିତ କରିଛି ବୋଲି ସେ କହିଥିଲେ । ପାଖାପାଖି ୪ ବର୍ଷ ପରେ ଆସିଥିବା ରାୟରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।

Leave A Reply

Your email address will not be published.