ଫେବ୍ରୁଆରି ୨୭ରେ ଓଡ଼ିଶାର ୩ ରାଜ୍ୟସଭା ଆସନ ପାଇଁ ନିର୍ବାଚନ, ଅଶ୍ବିନୀ ବୈଷ୍ଣବ ରାଜ୍ୟସଭା ଯିବେ ନା ଲୋକସଭା ?

0

ନୂଆଦିଲ୍ଲୀ: ଓଡ଼ିଶାର ଖାଲି ପଡୁଥିବା ୩ ଆସନ ପାଇଁ ଫେବ୍ରୁଆରି ୨୭ରେ ହେବ ରାଜ୍ୟସଭା ନିର୍ବାଚନ। ଏହି ଦିନ ଦେଶର ୫୬ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଏପ୍ରିଲ ୩ରେ ସରିବ। ଏହାପୂର୍ବରୁ ଏହି ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ।

ବୈଷ୍ଣବ କେନ୍ଦ୍ରମନ୍ତ୍ରୀ ଥିବାରୁ ତାଙ୍କୁ ପୁଣି ଥରେ ରାଜ୍ୟସଭା ନିର୍ବାଚିତ କରିବାକୁ ବିଜେପି ଉଦ୍ୟମ କରିବ । ଏଥିପାଇଁ ଗତ ଥର ପରି ବିଜେଡ଼ି ସହାୟତା କରିବ କି ନା ତାହା ଆଗକୁ ଜଣାପଡ଼ିବ । ତେବେ ଆଗକୁ ଆସୁଥିବା ଲୋକସଭା ନିର୍ବାଚନରେ ବୈଷ୍ଣବଙ୍କୁ ପ୍ରାର୍ଥୀ କରିବାକୁ ବିଜେପି ବିଚାର କରୁଥିବାରୁ ତାଙ୍କୁ ରାଜ୍ୟସଭା ପଠାଇ ନପାରେ ବିଜେପି । ଏପରି ହେଲେ ବିଜେଡ଼ିର ସହାୟତା ପଡ଼ିନପାରେ ।

ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୨୦୨୪ ଫେବ୍ରୁଆରି ୧୫ ରହିଛି। ଫେବ୍ରୁଆରି ୧୬ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହେବ ଏବଂ ୨୦୨୪ ଫେବ୍ରୁଆରି ୨୦ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଫେବ୍ରୁଆରି ୨୭ତାରିଖରେ ମତଦାନ ହେବ। ଏହି ମତଦାନର ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

 

Leave A Reply

Your email address will not be published.