୫୦୦ ବର୍ଷର ସନାତନୀ ସଂଘର୍ଷର ବିଜୟ ମୂହୂର୍ତ୍ତ, ଅଯୋଧ୍ୟା ପୁରୀରେ ବିରାଜିଲେ ରାମଲଲ୍ଲା

0

ଅଯୋଧ୍ୟା : ଦୀର୍ଘ ୫୦୦ ବର୍ଷର ସଂଘର୍ଷ ଓ ଆନ୍ଦୋଳନର ଅନ୍ତ ଘଟିଛି । ଅଯୋଧ୍ୟାର ନବନିର୍ମିତ ଭବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି ଶ୍ରୀରାମ ଲଲ୍ଲା । ବୈଦିକ ମନ୍ତ୍ରୋଚ୍ଚାରଣ ଓ ଶଙ୍ଖ ଧ୍ବନି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ସମ୍ପନ୍ନ କରିଛନ୍ତି ।

ଅଭିଜିତ୍ ମୂହୂର୍ତ୍ତରେ ରାମଲାଲାଙ୍କ ଶ୍ରୀବିଗ୍ରହରେ ଭଗବତ୍ ସତ୍ତାଙ୍କ ସଂଚାର ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୪ ସେକେଣ୍ଡ ସମୟ ମଧ୍ୟରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିଥିଲେ। ଦିବ୍ୟ ଆଭାରେ ଆଲୋକିତ ଭଗବାନ ରାମଲଲ୍ଲାଙ୍କ ଶ୍ରୀବିଗ୍ରହ  । ଏହି ଅବସରରେ ଆରଏସଏସ ମୁଖ୍ୟ ମୋହନ ଭାଗବତ, ମହନ୍ତ ନୃତ୍ୟଗୋପାଲ ଦାସଜୀ ମହାରାଜ, ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ ।

କାଜଲ ଲଗାଇ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଥିଲେ ପ୍ରଧାନମନ୍ତ୍ରୀ । ତାପରେ ପୂଜାର୍ଚ୍ଚନା ପରେ ଭଗବାନଙ୍କ ଆଖିରେ ବନ୍ଧାଥିବା ଆବରଣ ଖୋଲାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ରାମଲାଲାଙ୍କୁ ଦର୍ପଣ ଦେଖାଇ ଭଗବାନଙ୍କୁ ଭୋଗ ଅର୍ପଣ କରିଥିଲେ। ଭଗବାନଙ୍କୁ ୫୬ଟି ଭୋଗ ଅର୍ପଣ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶୁଭ ମୁହୂର୍ତ୍ତରେ ରାମଲଲାଙ୍କ ପୂଜାର୍ଚ୍ଚନା କରିଥିଲେ। ଏହାପରେ ରାମ ମନ୍ଦିର ପରିସରରେ ହେଲିକପ୍ଟରରୁ ପୁଷ୍ପ ବର୍ଷା କରାଯାଇଥିଲା। ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ରାମଲଲାଙ୍କ ପୂଜାର୍ଚ୍ଚନା ପରେ ଆରତୀ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମଲଲାଙ୍କ ଆରତୀ କରିଥିଲେ।

 

 

Leave A Reply

Your email address will not be published.