ଯଦି ୧୦ରୁ ଅଧିକ ୨ ହଜାର ଟଙ୍କିଆ ନୋଟ୍ ଥାଏ ତେବେ କ’ଣ କରିବେ?

0

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ  ଗତ ଶୁକ୍ରବାର ରାତିରେ ଅର୍ଥ ବ୍ୟବସ୍ଥାରୁ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି । ୨୩ ମେ’ରୁ ସେପ୍ଟେମ୍ବର ୩୦, ୨୦୨୩ ସୁଦ୍ଧା ସମସ୍ତଙ୍କୁ କୌଣସି ବ୍ୟାଙ୍କ ଶାଖାରେ ଥିବା ସେମାନଙ୍କ ଆକାଉଣ୍ଟରେ ୨ ହଜାର ଟଙ୍କିଆ ନୋଟ୍ ଜମା କରିବାକୁ କିମ୍ବା ଅନ୍ୟାନ୍ୟ ମୂଲ୍ୟର ନୋଟ୍ ବଦଳାଇବାକୁ ଲୋକମାନଙ୍କୁ ଆରବିଆଇ କହିଛି।

ବିନା କୌଣସି କଟକଣାରେ ବ୍ୟାଙ୍କ ଆକାଉଣ୍ଟରେ ସ୍ୱାଭାବିକ ଢଙ୍ଗରେ ଜମା କରାଯାଇପାରିବ । ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାର ସୁବିଧା ମେ ୨୩, ୨୦୨୩ରୁ ଆରମ୍ଭ ହେବ। ମନେରଖନ୍ତୁ ଯେ ବର୍ତ୍ତମାନର ୨୦୦୦ ଟଙ୍କିଆ ନୋଟ୍ ବୈଧତା ବା ଆଇନଗତ ଟେଣ୍ଡର ଜାରି ରହିବ । ଥରକରେ କେବଳ 10ଟି ୨ ହଜାର ଟଙ୍କିଆ ନୋଟ (ମୋଟ ୨୦ ହଜାର ଟଙ୍କା) ବଦଳାଇ ଅନ୍ୟ ନୋଟ ପାଇପାରିବେ ।

ଯଦି ୧୦ରୁ ଅଧିକ ନୋଟ୍ ଥାଏ ତେବେ କଣ କରିବେ?

ଯଦି ଆପଣଙ୍କ ପାଖରେ ୧୦ରୁ ଅଧିକ ସଂଖ୍ୟକ ୨ ହଜାର ଟଙ୍କିଆ ନୋଟ୍ ଅଛି ଏବଂ ଆପଣ ଅନୁଭବ କରୁଛନ୍ତି ଯେ ଏହାଠାରୁ ଅଧିକ ନୋଟ୍ ଜମା ହୋଇପାରିବ ନାହିଁ, ତେବେ ଏହି ଭୁଲ ଧାରଣାକୁ ଆପଣଙ୍କ ମନରୁ ଦୂର କରିଦିଅନ୍ତୁ କାରଣ ସର୍କୁଲାରରେ ଗୋଟିଏ ଥରରେ ୨୦,୦୦୦ ଟଙ୍କା ମୂଲ୍ୟର ୧୦ଟି ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା କଥା କୁହାଯାଇଛି । ଆପଣ କେତେ ଥର ବ୍ୟାଙ୍କକୁ ଯାଇ ନୋଟ୍ ବଦଳାଇପାରିବେ ତାହା କୁହାଯାଇନାହିଁ। ତେଣୁ ଗୋଟିଏ ଥରରେ ୧୦ଟି ନୋଟ୍ ବଦଳାଇବା ପରେ ଆପଣ ଦ୍ୱିତୀୟ ଓ ତୃତୀୟ ଥର ବ୍ୟାଙ୍କକୁ ଯାଇ ନୋଟ୍ ବଦଳାଇ ପାରିବେ।

ଗୋଟିଏ ବ୍ୟାଙ୍କଶାଖାରୁ ୨୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଉକ୍ତ ବ୍ୟାଙ୍କର ଗ୍ରାହକ ହେବା ଜରୁରୀ କି?

ନାହିଁ । ଜଣେ ଅଣ-ଖାତାଧାରୀ ଗୋଟିଏ ସମୟରେ ୨୦,୦୦୦/- ଟଙ୍କା ସୀମା ପର୍ଯ୍ୟନ୍ତ ଯେକୌଣସି ବ୍ୟାଙ୍କ ଶାଖାରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇପାରିବେ ।

୨୦ ନୋଟ୍ ବିନିମୟ ସୁବିଧା ପାଇଁ କୌଣସି ଶୁଳ୍କ ଅଛି କି?

ନା, ୨୦୦୦ ନୋଟ୍ ବଦଳାଇବାର ସୁବିଧା ମାଗଣାରେ ଯୋଗାଇ ଦିଆଯିବ ।

Leave A Reply

Your email address will not be published.