ରେପୋ ହାର 6.5% ରେ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

0

ନୂଆଦିଲ୍ଲୀ: ବୈଶ୍ୱିକ ଅନିଶ୍ଚିତତା ସତ୍ତ୍ୱେ ଭାରତୀୟ ଅର୍ଥନୀତି ଏବଂ ଆର୍ଥିକ କ୍ଷେତ୍ର ସୁଦୃଢ଼ ଓ ସ୍ଥିର ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ସେ କହିଛନ୍ତି ଯେ ମୁଦ୍ରାନୀତି କମିଟି ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । ଏହା ଫଳରେ ବ୍ୟାଙ୍କ ଇଏମଆଇ ଅପରିବର୍ତ୍ତିତ ରହିବାର ସମ୍ଭାବନା ରହିଛି ।

ମୁଦ୍ରାନୀତି କମିଟି ଆକୋମୋଡେଟିଭ ନୀତି ଆଭିମୁଖ୍ୟକୁ ପ୍ରତ୍ୟାହାର କରିବା ଉପରେ ଗୁରୁତ୍ୱ ଦେବ। ଭୂ-ରାଜନୈତିକ ପରିସ୍ଥିତି ଯୋଗୁଁ ବିଶ୍ୱ ଅର୍ଥନୈତିକ କାର୍ଯ୍ୟକଳାପର ଗତି ହ୍ରାସ ପାଇବ। ମୁଦ୍ରାସ୍ଫୀତି ସ୍ଥିତି ଉପରେ ନିରନ୍ତର ଏବଂ ତୀକ୍ଷ୍ଣ ନଜର ରଖିବା ଅତ୍ୟନ୍ତ ଜରୁରୀ । ସେ କହିଛନ୍ତି ଯେ ମୂଳ ମୁଦ୍ରାସ୍ଫୀତି ୪ ପ୍ରତିଶତ ଲକ୍ଷ୍ୟଠାରୁ ଅଧିକ ରହିଛି। ବର୍ଷସାରା ଏହା ଲକ୍ଷ୍ୟଠାରୁ ଅଧିକ ରହିବ ବୋଲି ଆଶା କରାଯାଉଛି। ମୁଦ୍ରାସ୍ଫୀତିକୁ ନିର୍ଦ୍ଧାରିତ ସୀମା ମଧ୍ୟରେ ରଖିବା ପାଇଁ ଏମପିସି ତୁରନ୍ତ ଏବଂ ଉପଯୁକ୍ତ ନୀତିଗତ ପଦକ୍ଷେପ ନେବା ଜାରି ରଖିବ ବୋଲି ସେ କହିଛନ୍ତି ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ମୁଦ୍ରାନୈତିକ କମିଟି (ଏମପିସି)ର  ବୈଠକ ଗତ 6 ତାରିଖରେ ଆରମ୍ଭ ହୋଇଥିଲା ଓ ଆଜି ଏହା ସମାପ୍ତ ହେବା ପରେ କମିଟିର ନିଷ୍ପତ୍ତିକୁ ଗଭର୍ଣ୍ଣର ଘୋଷଣା କରିଥିଲେ । ଗତ ଏପ୍ରିଲମାସରେ ଅନୁଷ୍ଠିତ ଏମ୍ ପିସି ବୈଠକରେ ରିଜର୍ଭ ବ୍ୟାଙ୍କ ପଲିସି ରେଟ୍ ବୃଦ୍ଧି ପ୍ରକ୍ରିୟାକୁ ବନ୍ଦ କରିଦେଇଥିଲା। ଏହା ପୂର୍ବରୁ ମୁଦ୍ରାସ୍ଫୀତିକୁ ରୋକିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ୨୦୨୨ ମେ’ ମାସରୁ ରେପୋ ରେଟ୍ ଅଢ଼େଇ ପ୍ରତିଶତ ବୃଦ୍ଧି କରିଥିଲା।

 

Leave A Reply

Your email address will not be published.