ଜ୍ଞାନବାପିରେ ଏଏସଆଇର ସର୍ଭେ ଉପରେ ଜୁଲାଇ ୨୬ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରୋକ ଲଗାଇଲେ ସୁପ୍ରିମ୍ କୋର୍ଟ

0

ନୂଆଦିଲ୍ଲୀ: ବାରାଣାସୀର ଜ୍ଞାନବାପି ମସଜିଦ ପରିସରରେ ଏଏସଆଇ ପକ୍ଷରୁ ବୈଜ୍ଞାନିକ ସର୍ଭେ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହି କଟକଣା ଜୁଲାଇ ୨୬ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି 2 ଦିନ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟରେ ମୁସଲିମ ପକ୍ଷକୁ ଆଜି ହାଇକୋର୍ଟ ଯିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏହି ରହିତାଦେଶ ସମୟ ଶେଷ ହେବା ପୂର୍ବରୁ ହାଇକୋର୍ଟ ଏହି ମାମଲାର ଜରୁରୀ ଶୁଣାଣି କରନ୍ତୁ ବୋଲି ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଶୁଣାଣି ସମୟରେ ସୁପ୍ରିମ୍ କୋର୍ଟ କହିଥିଲେ ଯେ ମୁସଲମାନ ପକ୍ଷକୁ ନିଶ୍ୱାସ ନେବାକୁ ସମୟ ମିଳୁନାହିଁ। ଏହା ପୂର୍ବରୁ ସଲିସିଟର ଜେନେରାଲ କହିଥିଲେ ଯେ ଆମେ କଥା ହୋଇଛୁ । ସପ୍ତାହେ ପର୍ଯ୍ୟନ୍ତ ଖନନ ଇତ୍ୟାଦି ହେବ ନାହିଁ । ଗୋଟିଏ ବି ଇଟା ହଟାଯାଇନାହିଁ । ସର୍ଭେ, ଭିଡିଓଗ୍ରାଫି ଓ ମ୍ୟାପିଂ ଇତ୍ୟାଦି କରାଯାଉଛି।

ଏହି ସର୍ଭେ ପାଇଁ ଗତ 21 ତାରିଖରେ ବାରାଣୀ କୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ)ର ୩୦ ଜଣିଆ ଟିମ୍ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ମସଜିଦ୍ କୌଣସି ମନ୍ଦିର ଉପରେ ନିର୍ମିତ ହୋଇଛି କି ନାହିଁ ତାହା ଜାଣିବା ପାଇଁ ବୈଜ୍ଞାନିକ ସର୍ଭେ ପାଇଁ ଆଜି ସକାଳେ ଜ୍ଞାନବାପି ପରିସରରେ ପ୍ରବେଶ କରିଥିଲେ।

 

Leave A Reply

Your email address will not be published.