ବାଲଟ୍ ପେପର ଭୋଟିଂ ଓ ଶତ ପ୍ରତିଶତ ଭିଭିପାଟ୍ ଗଣତି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ସ୍ଲିପ୍ ଜରିଆରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଜରିଆରେ ହୋଇଥିବା ଭୋଟଗୁଡିକର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ହୋଇଥିବା ସମସ୍ତ ଆବେଦନକୁ ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ମଧ୍ୟ ନିର୍ବାଚନରେ ବ୍ୟାଲଟ୍ ପେପରକୁ ଫେରିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନେଇ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି।

ବିହାରର ଅରାରିଆରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ବିରୋଧୀଙ୍କ ମୁହଁରେ ଚାପୁଡ଼ା। ଏବେ ଆପଣ ପାଟି ଉଚ୍ଚକରି ଦେଖିପାରିବେ ନାହିଁ । ଗଣତନ୍ତ୍ର ପାଇଁ ଆଜି ଏକ ଶୁଭ ଦିନ, ବିଜୟର ଦିନ। ପୁରୁଣା ଯୁଗ ଆଉ ଫେରିବ ନାହିଁ। ଭାରତୀୟ ମେଣ୍ଟର ପ୍ରତ୍ୟେକ ନେତା ଦେଶବାସୀଙ୍କ ନିକଟରେ କ୍ଷମା ମାଗିବା ଉଚିତ।

ରାୟ ଶୁଣାଇବା ବେଳେ ସୁପ୍ରିମ୍ କୋର୍ଟ ଦୁଇଟି ଗାଇଡଲାଇନ୍ ଜାରି କରିଛନ୍ତି। ପ୍ରଥମଟି ହେଉଛି ଇଭିଏମ୍ ରେ ସିମ୍ବଲ ଲୋଡିଂ ପ୍ରକ୍ରିୟା ଶେଷ ହେବା ପରେ ସିମ୍ବଲ ଲୋଡିଂ ୟୁନିଟକୁ ସିଲ୍ କରି କଣ୍ଟେନରରେ ସୁରକ୍ଷିତ ରଖାଯିବ। ପ୍ରାର୍ଥୀ ଓ ତାଙ୍କ ପ୍ରତିନିଧି ସିଲ୍ ରେ ଦସ୍ତଖତ କରିବେ। ଫଳାଫଳ ଘୋଷଣା ପରେ ଅତି କମରେ ୪୫ ଦିନ ପର୍ଯ୍ୟନ୍ତ ଇଭିଏମ୍ ଥିବା ଷ୍ଟୋର୍ ରୁମ୍ ରେ ଏସ୍ ଏଲ୍ ୟୁ ଥିବା ସିଲ୍ କଣ୍ଟେନର୍ ରଖାଯିବ। ସେଗୁଡ଼ିକୁ ଇଭିଏମ୍ ଭଳି ଖୋଲି ସିଲ୍ କରାଯାଉ।

ଦ୍ବିତୀୟ ନିର୍ଦ୍ଦେଶନାମାରେ କୋର୍ଟ କହିଛନ୍ତି ଯେ ପ୍ରତି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଘୋଷଣା ପରେ ଇଭିଏମ୍ ନିର୍ମାତାଙ୍କ ଏକ ଟିମ୍ ଇଭିଏମ୍ ଯାଞ୍ଚ କରିବେ। ୨ୟ ଓ ୩ୟ ପ୍ରାର୍ଥୀଙ୍କ ଲିଖିତ ଅନୁରୋଧ କ୍ରମେ ଫଳାଫଳ ଘୋଷଣାର ୭ ଦିନ ମଧ୍ୟରେ ଯାଞ୍ଚ କରିବେ। ପ୍ରକୃତ ଖର୍ଚ୍ଚ ଅନୁରୋଧକାରୀ ପ୍ରାର୍ଥୀ ବହନ କରିବେ। ଯଦି ଇଭିଏମ୍ ଟେମ୍ପରିଂ ଦେଖାଯାଏ, ତେବେ ଖର୍ଚ୍ଚ ଫେରସ୍ତ କରାଯିବ।

 

 

Leave A Reply

Your email address will not be published.