ବଜାରରେ ଉତ୍ସାହ ଜାରି, ୬୩,୬୦୦ ଟପିଲା ସେନସେକ୍ସ

0

ନୂଆଦିଲ୍ଲୀ: ଭାରତୀୟ ଷ୍ଟକ ବଜାର ଆଜି ରେକର୍ଡ ସ୍ତରଛୁଇଁଛି। ଆଜି ସେନ୍ସେକ୍ସ ୬୩,୬୦୦ ର ରେକର୍ଡ ସ୍ତର ଅତିକ୍ରମ କରିଛି। ତେବେ ପ୍ରାରମ୍ଭିକ କାରବାରରେ ସେନ୍ସେକ୍ସ ୧୫୦.୧୮ ପଏଣ୍ଟ ହ୍ରାସ ପାଇ ୬୩,୩୭୨.୯୭ରେ ପହଞ୍ଚିଛି। ନିଫ୍ଟି ୨୫.୯୫ ପଏଣ୍ଟ ହ୍ରାସ ସହ ୧୮,୮୩୦.୯୦ ପଏଣ୍ଟରେ ଖୋଲିଛି । କିନ୍ତୁ ଏହା ପରେ ଏହା ଏକ ସମୟରେ ରେକର୍ଡ ସ୍ତରରେ ପହଞ୍ଚିଥିଲା।  ତେବେ ପରବର୍ତ୍ତୀ ସମୟରେ ଏହା ପୁଣି ସାମାନ୍ୟ ହ୍ରାସ ପାଇଛି ।

ଭାରତୀୟ ଟଙ୍କା ୮ ପଇସା ବଢ଼ିଲା

ସେହିପରି ଆମେରିକୀୟ ମୁଦ୍ରାରେ ଦୁର୍ବଳତା ଏବଂ ସ୍ଥାନୀୟ ଷ୍ଟକ ବଜାରରେ ବିଦେଶୀ ପାଣ୍ଠି ପ୍ରବାହ ଯୋଗୁଁ ଗୁରୁବାର ପ୍ରାରମ୍ଭିକ କାରବାରରେ ଡଲାର ପିଛା ଟଙ୍କା ୮ ପଇସା ବୃଦ୍ଧି ପାଇ ୮୧.୯୩ ଟଙ୍କାରେ ପହଞ୍ଚିଛି। ବୈଦେଶିକ ମୁଦ୍ରା ଡିଲରମାନେ କହିଛନ୍ତି ଯେ ଅଶୋଧିତ ତୈଳ ଦର ହ୍ରାସ ସ୍ଥାନୀୟ ମୁଦ୍ରାକୁ ସମର୍ଥନ କରୁଛି। ଆମେରିକୀୟ କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାରରେ ଆହୁରି ବୃଦ୍ଧି ଆଶାରେ ଡଲାର ଉପରେ ଚାପ ପଡ଼ିଥିଲା।

ଇଣ୍ଟରବ୍ୟାଙ୍କ ଫୋରେକ୍ସ ମାର୍କେଟରେ ଟଙ୍କାର ମୂଲ୍ୟ ୮୧.୯୪ ରେ ସୁଦୃଢ଼ ଭାବେ ଖୋଲିଥିବା ବେଳେ ଆହୁରି ହ୍ରାସ ପାଇ ଦିନର ସର୍ବନିମ୍ନ ସ୍ତର ୮୧.୯୦ଛୁଇଁଛି। ପରେ ଏହା ଡଲାର ପିଛା ୮୧.୯୩ ଟଙ୍କାରେ କାରବାର କରୁଥିଲା, ଯାହା ପୂର୍ବ ବନ୍ଦ ତୁଳନାରେ ୮ ପଇସା ଅଧିକ ଥିଲା । ବୁଧବାର ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୮୨.୦୧ ରେ ବନ୍ଦ ହୋଇଥିଲା ।

Leave A Reply

Your email address will not be published.