ସିଦ୍ଧରମୈୟା ହେବେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଶିବକୁମାର ଉପମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ : ସିଦ୍ଧରମୈୟା କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏବଂ ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କର୍ଣ୍ଣାଟକ ସରକାର ଗଠନ ପାଇଁ ସହମତି ପ୍ରକାଶ କରିଛନ୍ତି। ଆସନ୍ତା ୨୦ ତାରିଖରେ ବେଙ୍ଗାଲୁରୁରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

ଗତ ବିଳମ୍ବିତ ରାତିରେ ବିଚାର ବିମର୍ଶ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କର୍ଣ୍ଣାଟକରେ ସରକାର ଗଠନ ନେଇ ସହମତି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଆସନ୍ତା ୨୦ ତାରିଖ ଦିନ ସାଢ଼େ ୧୨ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

ଅନ୍ୟପକ୍ଷରେ ଡିକେ ଶିବକୁମାର କହିଛନ୍ତି ଯେ ରାଜ୍ୟର ସ୍ବାର୍ଥ ପାଇଁ ସେ କଂଗ୍ରେସ ହାଇକମାଣ୍ଡର ପ୍ରସ୍ତାବ ମାନିବାକୁ ପ୍ରସ୍ତୁତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ଭାଗିଦାରୀ ଫର୍ମୁଲା ଉପରେ ସହମତି ହୋଇଥିଲା। ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଫର୍ମୁଲାରେ ଉଭୟ ପ୍ରସ୍ତୁତ ଅଛନ୍ତି। ସିଦ୍ଧରମୈୟା ପ୍ରଥମ ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ରହିବେ। ଡିକେ ଶିବକୁମାର ପରବର୍ତ୍ତୀ ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ରହିବେ ।

କଂଗ୍ରେସ ବିଧାୟକ ଦଳ ବୈଠକ ଆଜି (ମେ ୧୮) ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବ। ଏହି ବୈଠକରେ ସିଦ୍ଧରାମୈୟାଙ୍କୁ ନେତା ନିର୍ବାଚିତ କରାଯିବ ।

Leave A Reply

Your email address will not be published.