କଂଗ୍ରେସକୁ ସପାର ଅଲଟିମେଟମ୍- ୧୫ରୁ ଅଧିକ ଆସନ ଦେଇହେବ ନାହିଁ

0

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଇଁ ଆଉ ଅଧିକ ସମୟ ବାକି ନଥିଲେ ମଧ୍ୟ ବିରୋଧୀ ଦଳ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ’ (ଇଣ୍ଡିଆ ମେଣ୍ଟ) ମଧ୍ୟରେ ଆସନ ବଣ୍ଟନ ନେଇ ଏପର୍ଯ୍ୟନ୍ତ କୌଣସି ସହମତି ହୋଇପାରିନାହିଁ। ମେଣ୍ଟ ସହଯୋଗୀ ରାଷ୍ଟ୍ରୀୟ ଲୋକଦଳ (ଆରଏଲଡି) ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେବା ପରେ ପୁଣି ଥରେ ଉତ୍ତରପ୍ରଦେଶରେ ଆସନ ବୁଝାମଣାର ଗଣିତ ଖରାପ ହୋଇଯାଇଛି। ସେପଟେ ସମାଜବାଦୀ ପାର୍ଟି କଂଗ୍ରେସକୁ ଅଲଟିମେଟମ ଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ ସମାଜବାଦୀ ପାର୍ଟି କଂଗ୍ରେସକୁ ୧୫ଟି ଆସନର ତାଲିକା ଦେଇଛି ଏବଂ ଏହା ହିଁ ଚୂଡ଼ାନ୍ତ ତାଲିକା ହେବ ବୋଲି କହିଛି। ଯଦି କଂଗ୍ରେସ ଏହି ୧୫ଟି ଆସନରେ ରାଜି ହୁଏ, ତେବେ ଉତ୍ତରପ୍ରଦେଶରେ ଇଣ୍ଡିଆ ମେଣ୍ଟ ରହିବ। ଯଦି କଂଗ୍ରେସ ଏହାଠାରୁ ଅଧିକ ଆସନ ଦାବି କରେ, ତେବେ ତାହା ଏସପିକୁ ଗ୍ରହଣୀୟ ନୁହେଁ। ଅର୍ଥାତ ସପା ଇଣ୍ଡିଆ ମେଣ୍ଟରୁ ଓହରିବ ।

Leave A Reply

Your email address will not be published.