3ୟ ମେଣ୍ଟ ପାଇଁ ଶରଦ ପାଓ୍ବାର, ମମତା ବାନାର୍ଜୀ ନବୀନଙ୍କୁ ମନେଇଁ ପାରିଲେନି, ନୀତୀଶ କ’ଣ ପାରିବେ ? ସୁଶୀଲ ମୋଦୀଙ୍କ ପ୍ରଶ୍ନ

0

ଭୁବନେଶ୍ବର : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ମଙ୍ଗଳବାରଦିନ ଓଡ଼ିଶା ଗସ୍ତରେ ଆସି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏହାକୁ ନେଇ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦୀ ଏକ ବଡ଼ ବୟାନ ଦେଇଛନ୍ତି ।

ସୁଶୀଲ ମୋଦୀ କହିଛନ୍ତି ଯେ ନିଜେ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ କେବେ ବି ବିରୋଧୀ ଏକତା ଅଭିଯାନରେ ଯୋଗ ଦେଇନାହାନ୍ତି କି ଜାତୀୟ ନେତା ହେବାର ମହତ୍ତ୍ବାକାଂକ୍ଷା ପାଇଁ ଓଡ଼ିଶା ପ୍ରତି ତାଙ୍କର ସମର୍ପଣ ହ୍ରାସ କରିନାହାନ୍ତି । ବିଜେପି ଓ କଂଗ୍ରେସଠାରୁ ସମାନ ଦୂରତା ରଖିଥିବା ନବୀନ ପଟ୍ଟନାୟକଙ୍କୁ ବିଜେପି ବିରୋଧୀ ଅଭିଯାନରେ ସାମିଲ କରିବା ପାଇଁ ଯେବେ ଶରଦ ପାୱାର ଓ ମମତା ବାନାର୍ଜୀଙ୍କ ପରି ନେତାଙ୍କ ଉଦ୍ୟମ ପ୍ରୟାସ ସଫଳ ହେଲାନାହିଁ, ସେପରି କ୍ଷେତ୍ରରେ ନୀତୀଶ କୁମାର ବି ଉଦ୍ୟମ କରିଦେଖନ୍ତୁ ।

ବିରୋଧୀ ଦଳ ନେତା ହେବା ପାଇଁ ଦୌଡ଼ ଚାଲିଛି: ସୁଶୀଲ ମୋଦି

ଜାତୀୟ ରାଜନୀତିରେ ଶରଦ ପାୱାର, ମମତା ବାନାର୍ଜୀ ଏବଂ ନୀତୀଶ କୁମାର ପ୍ରଭୃତି ବିରୋଧୀ ଦଳ ନେତା ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ନୀତୀଶ କୁମାରଙ୍କୁ ନିଜ ରାଜ୍ୟରେ ସବୁଠାରୁ କମ ସମର୍ଥନ ରହିଛି ବୋଲି ସୁଶୀଲ କୁମାର ମୋଦୀ କହିଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ବିରୋଧୀ ଏକତାର ଅଣସରକାରୀ କାର୍ଯ୍ୟ ରେ ଯାତ୍ରା କରୁଛନ୍ତି, ତେବେ ସେ ବିହାର ସରକାରଙ୍କ ସମ୍ବଳରୁ ନୁହେଁ, ବରଂ ମହାମେଣ୍ଟର ପାଣ୍ଠିରୁ ବିମାନ ଇତ୍ୟାଦିର ବ୍ୟବସ୍ଥା କରିବା ଉଚିତ୍ ।

Leave A Reply

Your email address will not be published.