Elon Musk : ଭାରତରେ ନିର୍ମାଣ ହେବ ଏଲନ ମସ୍କଙ୍କ ଟେସଲା କାର !

0

ନୂଆଦିଲ୍ଲୀ : ବିଶ୍ୱର ଦ୍ୱିତୀୟ ଧନୀ ବ୍ୟବସାୟୀ ତଥା ଇଲେକ୍ଟ୍ରିକ୍ କାର କମ୍ପାନି ଟେସଲାର ମାଲିକ ଏଲନ୍ ମସ୍କ (Elon Musk) ଏବେ ଚୀନ  ପରିବର୍ତ୍ତେ ଭାରତରେ ନିଜର ଇଲେକ୍ଟ୍ରିକ୍ କାର୍ ତିଆରି କରିବାକୁ ଚାହୁଁଛନ୍ତି। ଯୋଗାଣ ଶୃଙ୍ଖଳାରେ ବିବିଧତା ଆଣିବା ଏବଂ ଚୀନ୍ ପରିବର୍ତ୍ତେ ଦ୍ବିତୀୟ ଉତ୍ପାଦନ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ଟେସଲା ଭାରତରେ ନିବେଶ ପାଇଁ ନିଷ୍ପତ୍ତି ନେଇଛି । ଫଳରେ ଟେସଲାର ଇଲେକ୍ଟ୍ରିକ୍ କାର୍ ଏବେ ଭାରତରେ ତିଆରି ହୋଇପାରିବ ।

ଆଗକୁ ଟେସଲାର ଅନେକ ବରିଷ୍ଠ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ଅଧିକାରୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କମ୍ପାନି ଏବଂ ମୋଦି ସରକାରଙ୍କ ଅଧିକାରୀଙ୍କ ମଧ୍ୟରେ ଏହି ବୈଠକରେ ସ୍ଥାନୀୟ ଯନ୍ତ୍ରାଂଶ ଯୋଗାଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାଯାଇଛି ।

ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ଏଲନ୍ ମସ୍କଙ୍କ ଟେସଲାର ପ୍ରବେଶ ଏପର୍ଯ୍ୟନ୍ତ ହୋଇନାହିଁ । କିଛି ଦିନ ତଳେ ଏଲନ୍ ମସ୍କ ଭାରତକୁ ଆମଦାନୀ ହେଉଥିବା ଟେସଲା କାର ଉପରେ ଭାରତ ସରକାର ଅଧିକ ଟିକସ ଲଗାଉଥିବାରୁ ମସ୍କ ତାହାର ସମାଲୋଚନା କରିଥିଲେ ।

ଏପରିକି ଚାଇନାରେ ଇଲେକ୍ଟ୍ରିକ୍ କାର୍ ତିଆରି କରି ଭାରତରେ ବିକ୍ରି କରିବା ପାଇଁ ଟେସ୍ଲାର ଯୋଜନାକୁ ଭାରତ ସରକାର ସବୁଜ ସଙ୍କେତ ଦେଇନାହାନ୍ତି । ଏପ୍ରିଲ ୨୦୨୨ରେ ଭାରତର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନୂଆଦିଲ୍ଲୀରେ କହିଥିଲେ ଯେ ଟେସ୍ଲା ଚୀନରେ କାର୍ ତିଆରି କରି ଭାରତରେ ବିକ୍ରି କରିବାକୁ ଚାହୁଁଛି, ଯାହା ସରକାରଙ୍କୁ ଗ୍ରହଣୀୟ ନୁହେଁ। ନିତିନ ଗଡ଼କରୀ କହିଥିଲେ ଯେ ଯଦି ଏଲନ୍ ମସ୍କ ଭାରତରେ ନିଜର କାର୍ ତିଆରି କରିବାକୁ ପ୍ରସ୍ତୁତ ହୁଅନ୍ତି, ତେବେ ତାଙ୍କୁ ମଧ୍ୟ ଏହାକୁ ବିକ୍ରି କରିବାକୁ ଅନୁମତି ଦିଆଯାଇପାରେ।

Leave A Reply

Your email address will not be published.