କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ର ଅନ୍ତରୀଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟର ମୁଖ୍ୟାଂଶଗୁଡ଼ିକ ହେଲା:
ଭାଗ ଏ
ସାମାଜିକ ନ୍ୟାୟ
- ପ୍ରଧାନମନ୍ତ୍ରୀ ୪ଟି ପ୍ରମୁଖ ଜାତି ଯଥା ‘ଗରିବ’, ‘ମହିଳା’, ‘ଯୁବବର୍ଗ’ ଏବଂ ‘ଅନ୍ନଦାତା’ (କୃଷକ)ଙ୍କ ଉନ୍ନତି ଉପରେ ଗୁରୁତ୍ୱ ଦେବେ ।
‘ଗରିବ କଲ୍ୟାଣ, ଦେଶ କା କଲ୍ୟାଣ’
- ବିଗତ ୧୦ ବର୍ଷ ମଧ୍ୟରେ ସରକାର ୨୫ କୋଟି ଲୋକଙ୍କୁ ବହୁମୁଖୀ ଦାରିଦ୍ର୍ୟ କବଳରୁ ମୁକ୍ତି ଦେଇଛନ୍ତି।
- ପ୍ରଧାନମନ୍ତ୍ରୀ-ଜନଧନ ଆକାଉଣ୍ଟ ବ୍ୟବହାର କରି ୩୪ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଦ୍ୱାରା ସରକାରଙ୍କ ପାଇଁ ୨.୭ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇଛି ।
- ପିଏମ-ସ୍ୱନିଧି ଯୋଜନା ୭୮ ଲକ୍ଷ ଉଠା ଦୋକାନୀଙ୍କୁ ଋଣ ସହାୟତା ପ୍ରଦାନ କରିଛି। ତୃତୀୟ ଥର ପାଇଁ ୨.୩ ଲକ୍ଷ ଦୋକାନୀଙ୍କୁ ଋଣ ମିଳିଛି।
- ବିଶେଷ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି)ଙ୍କ ବିକାଶରେ ସହାୟତା ପାଇଁ ପ୍ରଧାନମନ୍ତ୍ରୀ-ଜନମନ ଯୋଜନା ।
- ପିଏମ-ବିଶ୍ୱକର୍ମା ଯୋଜନା ୧୮ଟି ବ୍ୟବସାୟରେ ନିୟୋଜିତ ଶିଳ୍ପୀ ଏବଂ କାରିଗରମାନଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ସହାୟତା ପ୍ରଦାନ କରାଯାଉଛି।
‘ଅନ୍ନଦାତା’ଙ୍କ କଲ୍ୟାଣ
- ପିଏମ କିଷାନ ସମ୍ମାନ ଯୋଜନାରେ ୧୧.୮ କୋଟି କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
- ପିଏମ ଫସଲ ବୀମା ଯୋଜନା ଅଧୀନରେ ୪ କୋଟି ଚାଷୀଙ୍କୁ ଫସଲ ବୀମା ଦିଆଯାଇଛି।
- ଇଲେକ୍ଟ୍ରୋନିକ୍ ଜାତୀୟ କୃଷି ବଜାର (ଇ-ନାମ) ୧୩୬୧ଟି ମଣ୍ଡିକୁ ସମନ୍ୱିତ କରି ୧.୮ କୋଟି କୃଷକଙ୍କୁ ୩ ଲକ୍ଷ କୋଟି ଟଙ୍କାର ବାଣିଜ୍ୟିକ ସହାୟତା ପ୍ରଦାନ କରିଛି।
ନାରୀ ଶକ୍ତି ପାଇଁ ପ୍ରୋତ୍ସାହନ
- ମହିଳା ଉଦ୍ୟୋଗୀଙ୍କୁ ୩୦ କୋଟି ମୁଦ୍ରା ଋଣ ପ୍ରଦାନ ।
- ଉଚ୍ଚଶିକ୍ଷାରେ ମହିଳାଙ୍କ ନାମଲେଖା ୨୮% ବୃଦ୍ଧି ପାଇଛି।
- ଷ୍ଟେମ୍ ପାଠ୍ୟକ୍ରମରେ ନାମ ଲେଖାର ୪୩% ଝିଅ ଓ ମହିଳା ଅଛନ୍ତି, ଯାହା କି ବିଶ୍ୱରେ ସର୍ବାଧିକ।
- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୭୦% ରୁ ଅଧିକ ଘର ଗ୍ରାମାଞ୍ଚଳର ମହିଳାଙ୍କୁ ଦିଆଯାଉଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)
- କୋଭିଡ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ୩ କୋଟି ଗୃହ ନିର୍ମାଣ ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ ହେବ।
- ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆଉ ୨ କୋଟି ଘର ନିର୍ମାଣ କରାଯିବ।
ଛାତ ସୌରୀକରଣ ଏବଂ ମାଗଣା ବିଦ୍ୟୁତ ସଂଯୋଗ
- ଛାତ ସୌରୀକରଣ ମାଧ୍ୟମରେ ୧ କୋଟି ପରିବାରକୁ ପ୍ରତି ମାସରେ ୩୦୦ ୟୁନିଟ୍ ମାଗଣା ବିଜୁଳି ମିଳିବ।
- ପ୍ରତି ପରିବାର ବାର୍ଷିକ ୧୫୦୦୦ରୁ ୧୮୦୦୦ ଟଙ୍କା ସଞ୍ଚୟ କରିବେ ବୋଲି ଆଶା କରାଯାଉଛି।
ଆୟୁଷ୍ମାନ ଭାରତ
- ଆୟୁଷ୍ମାନ ଭାରତ ଯୋଜନାରେ ସମସ୍ତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ।
କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ
- ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନାରେ ୩୮ ଲକ୍ଷ ଚାଷୀ ଉପକୃତ ହୋଇଥିବା ବେଳେ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି।
- ପ୍ରଧାନମନ୍ତ୍ରୀ ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ ଯୋଜନାରେ ୨.୪ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୬୦,୦୦୦ ବ୍ୟକ୍ତିଙ୍କୁ ଋଣ ସହାୟତା କରାଯାଇଛି ।
ଅଭିବୃଦ୍ଧି, ନିଯୁକ୍ତି ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଗବେଷଣା ଏବଂ ଉଦ୍ଭାବନ
- ଦୀର୍ଘ ଅବଧି ଏବଂ ନିମ୍ନ କିମ୍ବା ଶୂନ ସୁଧ ହାର ସହିତ ଦୀର୍ଘମିଆଦୀ ଆର୍ଥିକ ସହାୟତା କିମ୍ବା ପୁନଃଋଣ ପ୍ରଦାନ କରିବା ପାଇଁ ପଚାଶ ବର୍ଷର ସୁଧ ମୁକ୍ତ ଋଣ ସହିତ ୧ ଲକ୍ଷ କୋଟି ଟଙ୍କାର ଏକ ପାଣ୍ଠି ପ୍ରତିଷ୍ଠା କରାଯିବ ।
- ପ୍ରତିରକ୍ଷା ଉଦ୍ଦେଶ୍ୟରେ ଗଭୀର ଜ୍ଞାନକୌଶଳକୁ ସୁଦୃଢ଼ କରିବା ଏବଂ ‘ଆତ୍ମନିର୍ଭରତା’କୁ ତ୍ୱରାନ୍ୱିତ କରିବା ପାଇଁ ଏକ ନୂଆ ଯୋଜନା ଆରମ୍ଭ କରାଯିବ।
ଭିତ୍ତିଭୂମି
- ଭିତ୍ତିଭୂମି ବିକାଶ ଏବଂ ରୋଜଗାର ସୃଷ୍ଟି ପାଇଁ ପୁଞ୍ଜି ବ୍ୟୟ ବ୍ୟୟ ବରାଦ ୧୧.୧ ପ୍ରତିଶତ ବୃଦ୍ଧି କରାଯାଇ ୧୧,୧୧,୧୧୧ କୋଟି ଟଙ୍କା କରାଯିବ, ଯାହା କି ଜିଡିପିର ୩.୪ ପ୍ରତିଶତ ହେବ।
ରେଳବାଇ
- ଲଜିଷ୍ଟିକ୍ ଦକ୍ଷତା ରେ ଉନ୍ନତି ଏବଂ ଖର୍ଚ୍ଚ ହ୍ରାସ ପାଇଁ ପିଏମ୍ ଗତି ଶକ୍ତି ଅଧୀନରେ ଚିହ୍ନଟ ହୋଇଥିବା ୩ଟି ପ୍ରମୁଖ ଅର୍ଥନୈତିକ ରେଳ କରିଡର କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ
- ଶକ୍ତି, ଖଣିଜ ଏବଂ ସିମେଣ୍ଟ କରିଡର
- ବନ୍ଦର ସଂଯୋଗ କରିଡର
- ଉଚ୍ଚ ଟ୍ରାଫିକ ଘନତା କରିଡର
- ୪୦ ହଜାର ସାଧାରଣ ରେଳ ଡବାକୁ ବନ୍ଦେ ଭାରତ ମାନ ଅନୁରୂପ ବିକଶିତ କରାଯିବ ।
ବିମାନ ଚଳାଚଳ କ୍ଷେତ୍ର
- ଦେଶରେ ବିମାନ ବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇ ୧୪୯ରେ ପହଞ୍ଚିଛି।
- ୫ଶହ ୧୭ଟି ନୂଆ ମାର୍ଗରେ ୧.୩ କୋଟି ଯାତ୍ରୀ ଯାତ୍ରା କରୁଛନ୍ତି।
- ଭାରତୀୟ ବିମାନ ଚଳାଚଳ ସଂସ୍ଥା ୧୦୦୦ରୁ ଅଧିକ ନୂଆ ବିମାନ ପାଇଁ ଅର୍ଡର ଦେଇଛି।
ସବୁଜ ଶକ୍ତି
- ୨୦୩୦ ସୁଦ୍ଧା ୧୦୦ ମେଟ୍ରିକ୍ ଟନ୍ କୋଇଲା ବାଷ୍ପୀକରଣ ଏବଂ ତରଳୀକରଣ କ୍ଷମତା ସ୍ଥାପନ କରାଯିବ।
- ପରିବହନ ପାଇଁ କମ୍ପ୍ରେସ୍ଡ୍ ପ୍ରାକୃତିକ ବାଷ୍ପ (ସିଏନଜି)ରେ କମ୍ପ୍ରେସ୍ଡ୍ ବାୟୋଗ୍ୟାସ୍ (ସିବିଜି) ଏବଂ ଘରୋଇ ଉଦ୍ଦେଶ୍ୟରେ ପାଇପ୍ଡ୍ ପ୍ରାକୃତିକ ବାଷ୍ପ (ପିଏନଜି)ର ପର୍ଯ୍ୟାୟ କ୍ରମେ ମିଶ୍ରଣ ବାଧ୍ୟତାମୂଳକ କରାଯିବ।
ପର୍ଯ୍ୟଟନ କ୍ଷେତ୍ର
- ଆଇକନିକ ପର୍ଯ୍ୟଟନ କେନ୍ଦ୍ରଗୁଡିକର ବ୍ରାଣ୍ଡିଂ ଏବଂ ମାର୍କେଟିଂ ସହିତ ବିଶ୍ୱସ୍ତରରେ ବ୍ୟାପକ ବିକାଶ କରିବାକୁ ରାଜ୍ୟମାନଙ୍କୁ ପ୍ରୋତ୍ସାହିତ କରାଯିବ ।
- ପର୍ଯ୍ୟଟନ କେନ୍ଦ୍ରଗୁଡିକର ସୁବିଧା ଓ ସେବାର ଗୁଣବତ୍ତା ଆଧାରରେ ରେଟିଂ ପାଇଁ ଢାଞ୍ଚା ପ୍ରତିଷ୍ଠା କରାଯିବ ।
- ମେଳକ ଭିତ୍ତିରେ ଏଭଳି ବିକାଶ ପାଇଁ ଅର୍ଥ ଯୋଗାଣ ଲାଗି ରାଜ୍ୟଗୁଡ଼ିକୁ ଦୀର୍ଘମିଆଦୀ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ।
ପୁଞ୍ଜି ନିବେଶ
- ୨୦୧୪ରୁ ୨୦୨୩ ମଧ୍ୟରେ ୫୯୬ ବିଲିୟନ ଡଲାରର ଏଫଡିଆଇ ପ୍ରବାହ ହୋଇଛି ଯାହାକି ୨୦୦୫-୧୪ ରେ ପ୍ରବାହର ଦୁଇଗୁଣ ଥିଲା ।
“ବିକଶିତ ଭାରତ” ପାଇଁ ରାଜ୍ୟଗୁଡ଼ିକରେ ସଂସ୍କାର
ରାଜ୍ୟ ସରକାରଙ୍କ ଦ୍ୱାରା ମାଇଲଖୁଣ୍ଟ ସମ୍ବନ୍ଧୀୟ ସଂସ୍କାରକୁ ସମର୍ଥନ କରିବା ପାଇଁ ପଚାଶ ବର୍ଷର ସୁଧ ମୁକ୍ତ ଋଣ ବାବଦରେ ୭୫,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି ।
ସଂଶୋଧିତ ଆକଳନ (ଆରଇ) ୨୦୨୩-୨୪
- ଋଣ ବ୍ୟତୀତ ଅନ୍ୟ ମୋଟ ପ୍ରାପ୍ତିର ସଂଶୋଧିତ ଆକଳନ ହେଉଛି ୨୭.୫୬ ଲକ୍ଷ କୋଟି ଟଙ୍କା, ଯେଉଁଥିରୁ ଟିକସ ପ୍ରାପ୍ତି ହେଉଛି ୨୩.୨୪ ଲକ୍ଷ କୋଟି ଟଙ୍କା ।
- ସମୁଦାୟ ଖର୍ଚ୍ଚର ଆରଇ ହେଉଛି ୪୪.୯୦ ଲକ୍ଷ କୋଟି ଟଙ୍କା ।
- ୩୦.୦୩ ଲକ୍ଷ କୋଟି ଟଙ୍କାର ରାଜସ୍ବ ଆୟ ହେବ ଯାହାକି ବଜେଟ୍ ଆକଳନ ତୁଳନାରେ ଅଧିକ ହେବ ବୋଲି ଆଶା କରାଯାଉଛି, ଯାହା ଅର୍ଥବ୍ୟବସ୍ଥାର ଦ୍ରୁତ ଅଭିବୃଦ୍ଧି ଏବଂ ଔପଚାରିକତାକୁ ପ୍ରତିଫଳିତ କରୁଛି।
- ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିତ୍ତୀୟ ନିଅଣ୍ଟ ଜିଡିପିର ୫.୮ ପ୍ରତିଶତ ରହିଛି।
୨୦୨୪-୨୫ ବଜେଟ୍ ଆକଳନ
- ଋଣ ବ୍ୟତୀତ ଅନ୍ୟ ମୋଟ ଆୟ ଏବଂ ମୋଟ ବ୍ୟୟ ଯଥାକ୍ରମେ ୩୦.୮୦ ଏବଂ ୪୭.୬୬ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
- ଟିକସ ଆଦାୟ ୨୬.୦୨ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
- ମୋଟ ୧.୩ ଲକ୍ଷ କୋଟି ଟଙ୍କା ବ୍ୟୟଅଟକଳରେ ରାଜ୍ୟଗୁଡ଼ିକୁ ପୁଞ୍ଜି ବ୍ୟୟ ପାଇଁ ୫୦ ବର୍ଷର ସୁଧମୁକ୍ତ ଋଣ ଯୋଜନା ଚଳିତ ବର୍ଷ ଜାରି ରହିବ।
- ୨୦୨୪-୨୫ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ଜିଡିପିର ୫.୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି
- ୨୦୨୪-୨୫ ରେ ଡେଟେଡ୍ ସିକ୍ୟୁରିଟି ଜରିଆରେ ମୋଟ ଓ ନିଟ୍ ବଜାର ଋଣ ଯଥାକ୍ରମେ ୧୪.୧୩ ଲକ୍ଷ କୋଟି ଟଙ୍କା ଏବଂ ୧୧.୭୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ଭାଗ ବି
ପ୍ରତ୍ୟକ୍ଷ ଟିକସ
- ପ୍ରତ୍ୟକ୍ଷ ଟିକସ ପାଇଁ ସମାନ ଟିକସ ହାର ବଜାୟ ରଖିବାକୁ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି
- ଗତ ୧୦ ବର୍ଷରେ ପ୍ରତ୍ୟକ୍ଷ ଟିକସ ଆଦାୟ ତିନି ଗୁଣ ବୃଦ୍ଧି ପାଇଛି, ରିଟର୍ଣ୍ଣ ଫାଇଲ ୨.୪ ଗୁଣ ବୃଦ୍ଧି ପାଇଛି
- ଟିକସଦାତାଙ୍କ ସେବାରେ ଉନ୍ନତି ଆଣିବେ ସରକାର
- ୨୦୦୯-୧୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବକେୟା ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ଦାବି ପ୍ରତ୍ୟାହାର
- ୨୦୧୦-୧୧ରୁ ୨୦୧୪-୧୫ ଆର୍ଥିକ ବର୍ଷ ପାଇଁ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ବକେୟା ପ୍ରତ୍ୟକ୍ଷ ଟିକସ ଦାବି ପ୍ରତ୍ୟାହାର
- ଏହାଦ୍ୱାରା ୧ କୋଟି ଟିକସଦାତା ଉପକୃତ ହେବେ
- ଷ୍ଟାର୍ଟ-ଅପ୍, ସାର୍ବଭୌମ ସମ୍ପତ୍ତି ପାଣ୍ଠି କିମ୍ବା ପେନସନ୍ ପାଣ୍ଠି ଦ୍ୱାରା କରାଯାଇଥିବା ନିବେଶକୁ ୩୧.୦୩.୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି
- ଆଇଏଫଏସସି ୟୁନିଟଗୁଡିକର ନିର୍ଦ୍ଦିଷ୍ଟ ଆୟ ଉପରେ ଟିକସ ଛାଡ଼ ଏକ ବର୍ଷ ବୃଦ୍ଧି କରି ୩୧.୦୩.୨୦୨୪ରୁ ୩୧.୦୩.୨୦୨୫ କୁ ବୃଦ୍ଧି କରାଯାଇଛି
ପରୋକ୍ଷ ଟିକସ
- ପରୋକ୍ଷ ଟିକସ ଏବଂ ଆମଦାନୀ ଶୁଳ୍କ ପାଇଁ ସମାନ ଟିକସ ହାର ବଜାୟ ରଖିବାକୁ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି
- ଜିଏସଟି ଭାରତରେ ଅତ୍ୟଧିକ ବିଭାଜିତ ପରୋକ୍ଷ ଟିକସ ବ୍ୟବସ୍ଥାକୁ ଏକତ୍ରିତ କରିଛି
- ଚଳିତ ବର୍ଷ ହାରାହାରି ମାସିକ ମୋଟ ଜିଏସ୍ ଟି ଆଦାୟ ଦ୍ୱିଗୁଣିତ ହୋଇ ୧.୬୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି
- ଜିଏସଟି ଟିକସ ଆଧାର ଦ୍ୱିଗୁଣିତ ହୋଇଛି
- ଜିଏସଟି ପରବର୍ତ୍ତୀ ଅବଧି (୨୦୧୭-୧୮ରୁ ୨୦୨୨-୨୩) ରେ ରାଜ୍ୟ ଏସଜିଏସଟି ରାଜସ୍ବ ବୃଦ୍ଧି (ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଇଥିବା କ୍ଷତିପୂରଣ କୁ ମିଶାଇ) ୧.୨୨କୁ ବୃଦ୍ଧି ପାଇଛି, ଯାହା ଜିଏସଟି ପୂର୍ବ ଅବଧି (୨୦୧୨-୧୩ରୁ ୨୦୧୫-୧୬) ରେ ୦.୭୨ ଥିଲା।
- ୯୪% ଶିଳ୍ପ ନେତୃତ୍ବ ଜିଏସଟିକୁ ପରିବର୍ତ୍ତନକୁ ମୁଖ୍ୟତଃ ସକାରାତ୍ମକ ବୋଲି ଭାବନ୍ତି
- ଜିଏସଟି ଯୋଗୁଁ ଯୋଗାଣ ଶୃଙ୍ଖଳା ଅନୁକୂଳ ହୋଇଛି
- ଜିଏସଟି ବାଣିଜ୍ୟ ଏବଂ ଶିଳ୍ପ ଉପରେ ଅନୁପାଳନ ବୋଝ ହ୍ରାସ କରିଛି
- କମ୍ ଲଜିଷ୍ଟିକ୍ ଖର୍ଚ୍ଚ ଏବଂ ଟିକସ ଦ୍ରବ୍ୟ ଏବଂ ସେବାର ମୂଲ୍ୟ ହ୍ରାସ କରିବାରେ ସହାୟକ ହୋଇଛି, ଯାହା ଦ୍ୱାରା ଉପଭୋକ୍ତାମାନେ ଉପକୃତ ହୋଇଛନ୍ତି
ବର୍ଷ ବର୍ଷ ଧରି ଟିକସ ଯୁକ୍ତିଯୁକ୍ତକରଣ ପ୍ରୟାସ
- ୨୦୧୩-୧୪ ଆର୍ଥିକ ବର୍ଷରେ ଆୟକର ପଇଠ ସୀମା ୨.୨ ଲକ୍ଷ ଟଙ୍କା ଥିବା ବେଳେ ଏବେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦାୟିତ୍ବ ନାହିଁ
- ଖୁଚୁରା ବ୍ୟବସାୟୀଙ୍କ ପାଇଁ ଟିକସ ସୀମା ୨ କୋଟି ଟଙ୍କାରୁ ୩ କୋଟି ଟଙ୍କାକୁ ବୃଦ୍ଧି
- ପେସାଦାରଙ୍କ ପାଇଁ ଟିକସ ସୀମା ୫୦ ଲକ୍ଷ ଟଙ୍କାରୁ ୭୫ ଲକ୍ଷ ଟଙ୍କାକୁ ବୃଦ୍ଧି
- ବର୍ତ୍ତମାନର ଘରୋଇ କଂପାନିଗୁଡ଼ିକ ପାଇଁ କର୍ପୋରେଟ୍ ଆୟକର ୩୦%ରୁ ୨୨%କୁ ହ୍ରାସ ପାଇଛି
- ନୂଆ ଉତ୍ପାଦନକାରୀ କମ୍ପାନୀ ପାଇଁ କର୍ପୋରେଟ ଆୟକର ହାର ୧୫%
ଟିକସଦାତାଙ୍କ ସେବାରେ ସଫଳତା
- ଟିକସ ରିଟର୍ଣ୍ଣର ହାରାହାରୀ ପ୍ରକ୍ରିୟାକରଣ ସମୟ ୨୦୧୩-୧୪ରେ ୯୩ ଦିନରୁ ବର୍ତ୍ତମାନ ୧୦ ଦିନକୁ ହ୍ରାସ ପାଇଛି
- ଅଧିକ ଦକ୍ଷତା ପାଇଁ ଚେହେରାବିହୀନ ଫେସଲେସ୍ ମୂଲ୍ୟାୟନ ଏବଂ ଆବେଦନ ପ୍ରଚଳନ କରାଯାଇଛି
- ସଂଶୋଧିତ ଆୟକର ରିଟର୍ଣ୍ଣ, ନୂଆ ଫର୍ମ ୨୬ଏଏସ ଏବଂ ସରଳ ରିଟର୍ଣ୍ଣ ଦାଖଲ ପାଇଁ ପୂର୍ବରୁ ପୂରଣ ହୋଇଥିବା ଟିକସ ରିଟର୍ଣ୍ଣ
- ସୀମା ଶୁଳ୍କରେ ସଂସ୍କାର ଫଳରେ ଆମଦାନୀ ରିଲିଜ୍ ସମୟ ହ୍ରାସ ପାଇଛି
- ଆଭ୍ୟନ୍ତରୀଣ କଣ୍ଟେନର ଡିପୋରେ ୪୭%ରୁ ୭୧ ଘଣ୍ଟା ହ୍ରାସ
- ଏୟାର କାର୍ଗୋ କମ୍ପ୍ଲେକ୍ସରେ ୨୮%ରୁ ୪୪ ଘଣ୍ଟା ହ୍ରାସ
- ସମୁଦ୍ର ବନ୍ଦରରେ ୨୭%ରୁ ୮୫ ଘଣ୍ଟା ହ୍ରାସ
ଅର୍ଥବ୍ୟବସ୍ଥା – ସେବେ ଓ ଏବେ
- ୨୦୧୪ରେ ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ଏବଂ ଶାସନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାର ଦାୟିତ୍ୱ ଥିଲା। ସେବେବେଳେ ସମୟର ନିମ୍ନ ଆବଶ୍ୟକତା ଥିଲା:
- ନିବେଶ କୁ ଆକୃଷ୍ଟ କରିବା
- ଅତ୍ୟନ୍ତ ଆବଶ୍ୟକ ସଂସ୍କାର ପାଇଁ ସମର୍ଥନ ସୃଷ୍ଟି କରିବା
- ଲୋକଙ୍କୁ ଆଶା ଦେବା
- ‘ରାଷ୍ଟ୍ର-ପ୍ରଥମ’ର ଦୃଢ଼ ବିଶ୍ୱାସ ରଖି ସରକାର ସଫଳ ହୋଇଥିଲେ
- “୨୦୧୪ ପର୍ଯ୍ୟନ୍ତ ଆମେ କେଉଁଠି ଥିଲୁ ଏବଂ ବର୍ତ୍ତମାନ ଆମେ କେଉଁଠାରେ ଅଛୁ ତାହା ଦେଖିବା ଲାଗି ବର୍ତ୍ତମାନ ସମୟ ଉପଯୁକ୍ତ”: ଅର୍ଥମନ୍ତ୍ରୀ
- ସଦନରେ ଏ ସଂକ୍ରାନ୍ତରେ ସରକାର ଏକ ଶ୍ୱେତପତ୍ର ରଖିବେ ।