ଆଶ୍ଚର୍ଯ୍ୟ କରିବ ବିଜେଡ଼ିର ତୃତୀୟ ରାଜ୍ୟସଭା ପ୍ରାର୍ଥୀ

0

ଭୁବନେଶ୍ୱର: ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ଦୁଇ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କ ନାମ ଘୋଷଣା କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସୋମବାର ଏହି ଦୁଇ ଜଣଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି। ଦେବାଶିଷ ସାମନ୍ତରାୟ ପୂର୍ବତନ ବିଧାୟକ ଥିବାବେଳେ ଆସନ୍ତା ନିର୍ବାଚନରେ କଟକ ବାରବାଟୀରୁ ବିଜେଡି ଟିକଟରେ ଲଢିବାପାଇଁ ଆଶାୟୀ ଥିଲେ । ଗତ ନିର୍ବାଚନରେ ଦେବାଶିଷ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମଙ୍କ ଠାରୁ ହାରି ଯାଇଥିଲେ । ସେହିଭଳି ବିଜୁ ଯୁବ ଜନତାଦଳର ଉପସଭାପତି ଥିବା ଶୁଭାଶିଷ ଖୁଣ୍ଟିଆ ଓରଫ ଲକି ଖୁଣ୍ଟିଆ ପୁରୀ ବିଧାନସଭା ଆସନରୁ ଲଢିବାପାଇଁ ଜୋରଦାର ସାଂଗଠନିକ କାର୍ଯ୍ୟ ଚଳାଇଥିଲେ ।

ତେବେ ତୃତୀୟ ପ୍ରାର୍ଥୀ କିଏ ହେବେ ତାହାକୁ ନେଇ ସସ୍ପେନ୍ସ ଜାରି ରହିଛି । ତୃତୀୟ ପ୍ରାର୍ଥା ଭାବେ ଜଣେ ମହିଳାଙ୍କୁ ମନୋନୀତ କରି ବିଜେଡ଼ି ମହିଳା କାର୍ଡ ଖେଳିପାରେ କି ? ମହିଳା ପ୍ରାର୍ଥୀ ଭାବ ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗଚୀଙ୍କ ନାମ ସର୍ବାଗ୍ରେ ରହିଛି ।  ପୁଣି ଜଣେ ଆଦିବାସୀ ବର୍ଗର ପ୍ରାର୍ଥୀ ରାଜ୍ୟସଭାକୁ ପଠାଇ ବିଜେପିର ଆଦିବାସୀ କାର୍ଡକୁ ଟକ୍କର ଦେବ ବିଜେଡ଼ି ? ଅଥବା ଜଣେ ଆଦିବାସୀ ମହିଳାଙ୍କୁ ରାଜ୍ୟସଭା ପଠାଯିବ ? କେତେକ ଗଣମାଧ୍ୟମର ମତରେ ରାଜ୍ୟସଭା ତାଲିକାରେ ପୁରୀ ସାଂସଦ ପିନାକୀ ମିଶ୍ର, ପୁର୍ବତନ ମୁମ୍ବାଇ ପୁଲିସ କମିସନର ଅରୁପ ପଟ୍ଟନାୟକଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି । ଆଉ ଏକ ସମ୍ଭାବନା ଅନୁସାରେ ଅଶ୍ବିନୀ ବୈଷ୍ଣବଙ୍କ ପରି ଏକ ମିଳିତ ପ୍ରାର୍ଥୀ ଦେଇପାରନ୍ତି ବିଜେପି-ବିଜେଡି । ତେବେ ସେ ଯାହାହେଉ, ତୃତୀୟ ପ୍ରାର୍ଥୀ ସମସ୍ତଙ୍କୁ ଚକିତ କରିବ ନିଶ୍ଚୟ ।

ବିଜ୍ଞପ୍ତି ଅନୁଯାୟୀ, ଫେବ୍ରୁଆରି ୨୭ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ରାଜ୍ୟ ବିଧାନସଭା ପରିସରରେ ମତଦାନ ହେବ ଏବଂ ସେହିଦିନ ଅପରାହ୍ନ ୫ଟାରେ ଭୋଟ୍ ଗଣତି ହେବ। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଫେବ୍ରୁଆରି ୧୫ ରହିଛି। ବିଜେଡିର ଦୁଇ ଜଣ ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକ ଏବଂ ବିଜେପିର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚଳିତ ବର୍ଷ ଏପ୍ରିଲରେ ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ କରିବେ। ୩ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ବିଜେଡି ୨ଟି ଆସନ ପାଇଁ ପ୍ରାର୍ଥୀ କରିଛି।

Leave A Reply

Your email address will not be published.