ଶିଳ୍ପପତି କେଶବ ମହିନ୍ଦ୍ରାଙ୍କ ପରଲୋକ

0

ମୁମ୍ବାଇ : ମହିନ୍ଦ୍ରା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା (କେଶବ ମହିନ୍ଦ୍ରା)ଙ୍କ କାକାଙ୍କର ଆଜି ଅର୍ଥାତ୍ ଏପ୍ରିଲ ୧୨ ତାରିଖରେ ପରଲୋକ ହୋଇଯାଇଛି । ତାଙ୍କର ୯୯ ବର୍ଷ ବୟସରେ ଦେହାନ୍ତ ହୋଇଛି । ଏ ସମ୍ପର୍କରେ ଅନନ୍ଦ ମହିନ୍ଦ୍ରା ଟୁଇଟ କରି ଶୋକ ପ୍ରକଟ କରିଛନ୍ତି । ଏହାଛଡ଼ା ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର (ଆଇଏନଏସପିଏସିଇ)ର ଅଧ୍ୟକ୍ଷ ପୱନ ଗୋଏଙ୍କା ଟୁଇଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି।

 

୯୯ ବର୍ଷ ବୟସରେ ଫୋର୍ବସ ଧନୀ ତାଲିକାରେ ସ୍ଥାନ ପାଇଥିଲେ

ନୂଆଦିଲ୍ଲୀ, 10-4-2023 : ଭାରତର ୯୯ ବର୍ଷୀୟ କୋଟିପତି କେଶବ ମହିନ୍ଦ୍ରା ଫୋର୍ବସ ବିଲିୟନେୟାର ତାଲିକାରେ ସ୍ଥାନ ପାଇଛନ୍ତି । ଆନନ୍ଦ ମହିନ୍ଦ୍ରାଙ୍କ କାକା କେଶବ ମହିନ୍ଦ୍ରା ଭାରତର ସବୁଠାରୁ ଧନୀ ବ୍ୟବସାୟୀଙ୍କ ତାଲିକାରେ ସବୁଠାରୁ ବୟସ୍କ ଭାରତୀୟ। ଖାସ୍ କଥା ହେଉଛି ଏଥର ଫୋର୍ବସ ତାଲିକାରେ ୧୬ ଜଣ ନୂଆ କୋଟିପତିଙ୍କୁ ସାମିଲ କରାଯାଇଛି । ରିଲାଏନ୍ସ ଗ୍ରୁପର ମୁଖ୍ୟ ମୁକେଶ ଅମ୍ବାନୀ ଭାରତ ସହ ଏସିଆର ଶୀର୍ଷ କୋଟିପତିଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ଅଛନ୍ତି ।

୯୯ ବର୍ଷୀୟ କେଶବ ମହିନ୍ଦ୍ରାଙ୍କର ପ୍ରାୟ ୧.୨ ବିଲିୟନ ଡଲାର ସମ୍ପତ୍ତି ରହିଛି । କେଶବ ମହିନ୍ଦ୍ରା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ୍ ର ଏମିରେଟ୍ସ ଅଧ୍ୟକ୍ଷ ଏବଂ ୫ ଦଶନ୍ଧିରୁ ଅଧିକ ସମୟ ଧରି ମହିନ୍ଦ୍ରା ଗ୍ରୁପର ଶୀର୍ଷ ସ୍ଥାନରେ ରହିଛି । କେଶବ ମହିନ୍ଦ୍ରା ଅଗଷ୍ଟ ୨୦୧୨ରେ ଅବସର ଗ୍ରହଣ କରିଥିଲେ। ସେ ଉତ୍ତମ କର୍ପୋରେଟ୍ ଶାସନ ଏବଂ ନୈତିକ ଅଭ୍ୟାସ ପାଇଁ ଜଣାଶୁଣା ।

କେଶବ ମହିନ୍ଦ୍ରାଙ୍କୁ ୨୦୦୭ ମସିହାରେ ଆର୍ନଷ୍ଟ ଆଣ୍ଡ ୟଙ୍ଗ ପକ୍ଷରୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା। କେଶବ ମହିନ୍ଦ୍ରା ୧୯୪୭ ମସିହାରେ କର୍ପୋରେଟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ଆମେରିକାରୁ ପାଠପଢା ଶେଷ କରିବା ପରେ ସେ ୧୯୪୭ ମସିହାରେ ମହିନ୍ଦ୍ରାରେ ଯୋଗ ଦେଇଥିଲେ ।

୧୯୬୩ ରେ କେଶବ ମହିନ୍ଦ୍ରା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ହୋଇଥିଲେ । କେଶବ ମହିନ୍ଦ୍ରା ୨୦୦୪ରୁ ୨୦୧୦ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ବାଣିଜ୍ୟ ଓ ଶିଳ୍ପ ପରିଷଦର ସଦସ୍ୟ ଥିଲେ। କେଶବ ମହିନ୍ଦ୍ରା ଗ୍ରୁପକୁ ଏକ ଆସେମ୍ବଲରରୁ ଉତ୍ପାଦନ କାରୀ କମ୍ପାନୀରେ ପରିଣତ କରିବା ପାଇଁ ଜଣାଶୁଣା ।

କେଶବ ମହିନ୍ଦ୍ରା ଏକ ବିବାଦ ସହିତ ମଧ୍ୟ ଜଡ଼ିତ । ୧୯୮୪ରେ ହୋଇଥିବା ଭୋପାଳ ଗ୍ୟାସ ଦୁର୍ଘଟଣାବେଳେ ସେ ୟୁନିୟନ କାର୍ବାଇଡ୍ ଇଣ୍ଡିଆର ଅଣ-କାର୍ୟ୍ୟନିର୍ବାହୀ ଅଧ୍ୟକ୍ଷ ଥିଲେ ।

Leave A Reply

Your email address will not be published.