ବିଶିଷ୍ଟ ସାହିତ୍ୟିକ, ସମ୍ପାଦକ ସାତକଡ଼ି ହୋତାଙ୍କ ପରଲୋକ

0

ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକ ତଥା ଦୈନିକ ଖବରକାଗଜ ‘ସମୟ’ ସାତକଡ଼ି ହୋତାଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 95 ବର୍ଷ ବୟସ ହୋଇଥିଲା । ସେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ ଓ ଭାରତୀୟ ରେଳ ସେବାରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ପରଲୋକ ସହ ଓଡ଼ିଆ ସାହିତ୍ୟରେ ଏକ ଯୁଗର ଅବସାନ ହୋଇଛି ।

ସାତକଡ଼ି ହୋତାଙ୍କ ବହୁ ଗଳ୍ପ, ଉପନ୍ୟାସ, କବିତା ପ୍ରକାଶିତ ହୋଇଛି। ସାତକଡ଼ିଙ୍କର ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ବହି ପ୍ରକାଶ ପାଇଥିଲା। ୧୯୬୭ରେ ତାଙ୍କର ପ୍ରଥମ ଉପନ୍ୟାସ ‘ବ୍ୟାକୁଳ ହୃଦୟ’ ପ୍ରକାଶିତ ହୋଇଥିଲା।୧୯୮୭ରେ ଉପନ୍ୟାସ ଅଶାନ୍ତ ଅରଣ୍ୟ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ମୁକ୍ତିମନ୍ତ୍ରୀ ଓ ଜନନୀ ଜନ୍ମଭୂମୀ ଗଳ୍ପ ସଙ୍କଳନ ପାଇଁ ୨୦୦୪ରେ ସେ ସମ୍ମାନଜନକ ଶାରଳା ପୁରସ୍କାର ଲାଭ କରିଥିଲେ। ଏହା ବ୍ୟତୀତ ସାହିତ୍ୟ ଭାରତୀ ସମ୍ମାନ ଓ ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ ପ୍ରାପ୍ତ କରିଥିଲେ। ସେ ମଧ୍ୟ ମାସିକ ସାହିତ୍ୟ ପତ୍ରିତା ଅମୃତାୟନ ପ୍ରକାଶ କରୁଥିଲେ ।

Leave A Reply

Your email address will not be published.