ଅନ୍ତରୀଣ ବଜେଟ୍ : ଆୟକର ଛାଡ଼ ସୀମା ଅପରିବର୍ତ୍ତିତ, ପରୋକ୍ଷ ଟିକସ ହାର ବି ଅପରିବର୍ତ୍ତିତ

0


ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଗୁରୁବାର ଲୋକସଭାରେ ଉପସ୍ଥାପିତ ଅନ୍ତରୀଣ ବଜେଟରେ ଆୟକର ଛାଡ଼ସୀମାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ଫଳରେ ଆୟକର ଦାତାମାନେ ନିରାଶ ହୋଇଛନ୍ତି ।
ଏହା ଅନ୍ତରୀଣ ବଜେଟ ହୋଇଥିବାରୁ ଏଥିରେ ଆୟକର ଛାଡ଼ସୀମାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ନିର୍ବାଚନ ପରେ ନୂଆ ସରକାର ଆସିଲେ ପୂର୍ଣ୍ଣାଙ୍ଗ ବଜେଟରେ ଆୟକର ଛାଡ଼ ସୀମା ସମ୍ପର୍କରେ ନିଷ୍ପତ୍ତି ନେବେ ।
ସଂସଦରେ ନିଜର ବଜେଟ ଅଭିଭାଷଣ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ସେ କହିଛନ୍ତି ଯେ ୨୦୨୪-୨୫ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୫.୧% ରହିବ ବୋଲି ଆକଳନ କରାଯାଇଛି। ଆମଦାନୀ ଶୁଳ୍କ ସମେତ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ପାଇଁ ସମାନ ଟିକସ ହାର ବଜାୟ ରଖିବାକୁ ମୁଁ ପ୍ରସ୍ତାବ ଦେଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଜିଡିପି ତୁଳନାରେ ଦେଶର ବିତ୍ତୀୟ ନିଅଣ୍ଟକୁ ୫.୮ ପ୍ରତିଶତକୁ ସଂଶୋଧନ କରାଯାଇଛି। ଟିକସ ପ୍ରାପ୍ତି ବଜେଟରେ ମଧ୍ୟ ସଂଶୋଧନ କରାଯାଇଛି। ବିତ୍ତୀୟ ସୁଦୃଢ଼ୀକରଣ ଲକ୍ଷ୍ୟକୁ ଆମେ ସଂଶୋଧନ କରୁଛୁ।

Leave A Reply

Your email address will not be published.