କାଳ ବୈଶାଖି ଯୋଗୁଁ ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର, ଝାରସୁଗୁଡ଼ାରେ ଜରୁରୀ ଅବତରଣ

0


ଭୁବନେଶ୍ବର : କାଳବୈଶାଖି ଯୋଗୁଁ ଭୁବନେଶ୍ବରରେ ଓହ୍ଲାଇ ପାରିଲାନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର । ଭୁବନେଶ୍ବରରୁ ଝାରସୁଗୁଡ଼ା ଗଲା ହେଲିକପ୍ଟର । ସୁରକ୍ଷିତ ଅଛନ୍ତି ମୁଖ୍ୟମନ୍ତ୍ରୀ ଓ ୫ ଟି ଅଧ୍ୟକ୍ଷ ଭି. କାର୍ତ୍ତିକ ପାଣ୍ଡିଆନ୍ ।


ସୂଚନା ଅନୁସାରେ ଖଡ଼ିଆଳରୁ ଭୁବନେଶ୍ୱର ଫେରୁଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ କାଳବୈଶାଖୀ ଯୋଗୁଁ ହେଲିକପ୍ଟର ଭୁବନେଶ୍ୱରରେ ଅବତରଣ କରିପାରିଲାନାହିଁ । ଫଳରେ ଭୁବନେଶ୍ୱର ଆକାଶରେ ଅଧଘଣ୍ଟା ଉଡ଼ିଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଏହା ପରେ ଭୁବନେଶ୍ୱରରୁ ଝାରସୁଗୁଡ଼ା ପଳାଇଯାଇଥିଲା ହେଲିକପ୍ଟର ଓ ସେଠାରେ ଜରୁରୀ ଅବତରଣ କରିଥିଲା । ଏ ନେଇ ୫ ଟି ଅଧ୍ୟକ୍ଷ ଏକ ଭିଡିଓ ଜାରି କରିଛନ୍ତି ।

Leave A Reply

Your email address will not be published.