ଆସିଲା ଆଉ ୬ ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା, ହିନ୍ଦୋଳରୁ ମହେଶ ସାହୁ

0

ଭୁବନେଶ୍ବର: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ବା ବିଜେଡିର ସପ୍ତମ ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ୬ଟି ଆସନରୁ ୫ଟିରେ ପ୍ରାର୍ଥୀ ବଦଳାଯାଇଥିବାବେଳେ କାକଟପୁରରେ କିନ୍ତୁ ଅପରିବର୍ତ୍ତିତ ରଖାଯାଇଛି।

ଏଥର ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷିରୁ ରଂଜିତା ମାର୍ଣ୍ଡି ଓ ବରୀରୁ ବିଶ୍ବରଂଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେଡି।
ହିନ୍ଦୋଳ ପାଇଁ ପ୍ରାର୍ଥୀ ହୋଇଥିବା ମହେଶ ସାହୁ ଏବେ ଢେଙ୍କାନାଳର ସାଂସଦ ଅଛନ୍ତି । ଢେଙ୍କାନାଳ ଲୋକସଭା ଆସନ ପାଇଁ ଏଥର ବିଜେଡ଼ି ପକ୍ଷରୁ ଅବିନାଶ ସାମଲଙ୍କୁ ପ୍ରାର୍ଥୀ କରାଯାଇଛି । ଏହା ପରେ ମହେଶଙ୍କୁ ହିନ୍ଦୋଳ ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ କରିଛି । ତେବେ ମହେଶ ମୂଳତଃ ହିନ୍ଦୋଳର ବାସିନ୍ଦା ହୋଇନଥିବା ତାହା ସ୍ଥାୟୀ ଆଶାୟୀ ଓ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବାର ସମ୍ଭାବନା ରହିଛି । ହିନ୍ଦୋଳ ପାଇଁ ବର୍ତ୍ତମାନର ବିଧାୟିକା ସୀମାରାଣୀ ନାୟକ, ପୂର୍ବତନ ମନ୍ତ୍ରୀ ତ୍ରିନାଥ ନାୟକଙ୍କ ପୁଅ ଅଶୋକ ନାୟକ ପ୍ରମୁଖ ଆଶାୟୀ ଥିଲେ ।

Leave A Reply

Your email address will not be published.