ବିଜେଡିର ‘ଯୋଡ଼ି ଶଙ୍ଖ’ ବନାମ ବିଜେପିର ‘ଦୁଇଟି ଫୁଲ-ବହୁତ ଭଲ

0


ସମ୍ବଲପୁର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ନିର୍ବାଚନୀ ଉଷ୍ମତା ବି ବଢିଚାଲିଛି । ବିଜେପିର ଡବଲ ଇଂଜିନ ସରକାର ସ୍ଲୋଗାନକୁ ପ୍ରତିହତ କରିବାକୁ ବିଜେଡି ଯୋଡ଼ି ଶଙ୍ଖ ସ୍ଲୋଗାନ ଦେଉଛି । ଏବେ ଏହାର ଜବାବରେ ବିଜେପି ଏକ ନୂଆ ସ୍ଲୋଗାନ ଆରମ୍ଭ କରିଛି । ତାହା ହେଉଛି ‘ଦୁଇଟି ଫୁଲ ବହୁତ ଭଲ’ ।
ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଅସ୍ମିତା ପାଇଁ ବିଜେପିର ଲଢ଼େଇକୁ ଦୋହରାଇବା ସହ ଓଡ଼ିଶାବାସୀଙ୍କୁ ଦଳର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଆହ୍ୱାନ ଦେବା ସହ ‘ଦୁଇଟି ଫୁଲ ବହୁତ ଭଲ’ବୋଲି କହିଛନ୍ତି।
ଆଠମଲ୍ଲିକରେ ବିଜେପିର ପରିବର୍ତ୍ତନ ସମାବେଶ ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ‘ପରିଚୟ ଓ ଭାଷା’ ପ୍ରତି ବିପଦ ଥିବା ଦର୍ଶାଇ ଆଗାମୀ ନିର୍ବାଚନ ପାଇଁ ପ୍ରସଙ୍ଗ ନିର୍ଦ୍ଧାରଣ କରିଛନ୍ତି। ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାରେ ଶାସନ ବ୍ୟବସ୍ଥା ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓରେ ଅଛନ୍ତି ଏବଂ ଭିଡିଓର ରିମୋଟ୍ ଆଉ ଜଣେ ବ୍ୟକ୍ତିଙ୍କ ହାତରେ ଅଛି, ଯିଏ କି ଓଡ଼ିଶାବାସୀଙ୍କୁ ଘୃଣା କରନ୍ତି ଏବଂ ସେମାନଙ୍କୁ ଜେଲରେ ମଧ୍ୟ ପକାଇଥାନ୍ତି । ଲୋକଙ୍କ କଠିନ ପରିଶ୍ରମ ଟଙ୍କାରୁ ଦରମା ନେଉଥିବା ଅଧିକାରୀମାନେ ଏବେ ଦାୟିତ୍ୱରେ ଅଛନ୍ତି। ସେମାନଙ୍କୁ ହଟାଇବା ଦରକାର ବୋଲି ସେ କହିଛନ୍ତି।

Leave A Reply

Your email address will not be published.