ବାଲେଶ୍ବର ରେଳ ଦୁର୍ଘଟଣା : ୯୯ ଟି ମୃତଦେହ ଚିହ୍ନଟ ହୋଇପାରିନାହିଁ

0

ଭୁବନେଶ୍ୱର : ବାଲେଶ୍ବରର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ (odisha rail accident) ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଓଡ଼ିଶା ସରକାରଙ୍କ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧୭6ଟି ମୃତଦେହ ଚିହ୍ନଟ ହୋଇ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତ ସରିଥିବାବେଳେ ଆଉ ପ୍ରାୟ ୯୯ ମୃତଦେହର ପରିଚୟ ମିଳିପାରିନାହିଁ । ପୂର୍ବ କେନ୍ଦ୍ରୀୟ ରେଳ ବାଇ ଡିଭିଜନାଲ ରେଳ ପ୍ରବନ୍ଧକ ରିଙ୍କେଶ ରାୟ କହିଛନ୍ତି ଯେ ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ଏବେ ବି ପ୍ରାୟ ୨୦୦ ଲୋକ ଚିକିତ୍ସିତ ହେଉଛନ୍ତି। ଏହି ଦୁର୍ଘଟଣାରେ ପାଖାପାଖି ୧୧୦୦ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୯୦୦ ଲୋକଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି ।

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ ଯେଉଁ ଲୋକମାନେ ନିଜ ପ୍ରିୟଜନଙ୍କ ମୃତଦେହ ସନ୍ଧାନରେ ଆସୁଛନ୍ତି ସେମାନଙ୍କର ଯେପରି କୌଣସି ଅସୁବିଧା ନହୁଏ ତାହା ଉପରେ ଦୃଷ୍ଟି ଦିଆଯାଉଛି ।

ଗତ ଶୁକ୍ରବାର ହୋଇଥିଲା ବାଲେଶ୍ୱର ରେଳ ଦୁର୍ଘଟଣାରେ ୨ଟି ପାସେଞ୍ଜର ଟ୍ରେନ୍ ଓ ଗୋଟିଏ ମାଲବାହୀ ଟ୍ରେନ୍ ସମେତ ମୋଟ ୩ଟି ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏହି ଘଟଣାରେ ବାଲେଶ୍ୱରରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଦୁଃଖଦ ଘଟଣା ସମଗ୍ର ଭାରତରେ ଗଭୀର ପ୍ରଭାବ ପକାଇଛି ।

Leave A Reply

Your email address will not be published.