ବିଜେପିର ଆଉ ୮ ଓ ବିଜେଡିର ୩ ପ୍ରାର୍ଥୀ ଘୋଷଣା

0


ଭୁବନେଶ୍ବର: ବିଜେପି ପକ୍ଷରୁ ଆଜି ଆଉ ୮ଟି ବିଧାନସଭା ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରାଯାଇଛି । ସେହିପରି ବିଜେଡି ପକ୍ଷରୁ ଆଉ ୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ବିଜୁ ଜନତା ଦଳ (ବିଜେଡି) ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଖୋର୍ଦ୍ଧାରୁ ଲଢ଼ିବେ। ସେହିପରି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଗୀତାଞ୍ଜଳି ସେଠୀ ଓ ଅଭିନେତା ଅରିନ୍ଦମ ରାୟଙ୍କୁ ମଧ୍ୟ ବିଜେପି ଟିକେଟ୍ ଦେଇଛି। କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ଓ ସାଲେପୁରରୁ ଅରିନ୍ଦମ ପ୍ରାର୍ଥୀ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଯିଏକି କିଛି ଦିନ ପୂର୍ବରୁ ବିଜେଡି ଛାଡ଼ିଥିଲେ ତାଙ୍କୁ ବିଜେପି ସେଠାରେ ପ୍ରାର୍ଥୀ କରିଛି। ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟିର ସାଧାରଣ ସଂପାଦକ ଅରୁଣ ସିଂହ ଶନିବାର ଏହି ସୂଚନା ଦେଇଛନ୍ତି । ସେପଟେ ବିଜେଡି ପକ୍ଷରୁ ଭୋଗରାଇରୁ ଗୌତମବୁଦ୍ଧ ଦାସଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରଦୀପ ସାହୁଙ୍କୁ ପ୍ରାର୍ଥୀ କରାଯାଇଛି ।

Leave A Reply

Your email address will not be published.