ବିଜେଡିର ୨ୟ ତାଲିକା : ପୁରୀରେ ସଂବିତ-ଅରୁପ ଲଢେଇ

0


ଭୁବନେଶ୍ବର : ବିଜେଡି ଦ୍ବିତୀୟ ପର୍ଯ୍ୟାୟରେ ସନ୍ଧ୍ୟାରେ ୬ ଜଣ ପ୍ରାର୍ଥୀଙ୍କ ନାମ ଜାରି କରିଛି। ବିଜେଡିର ୬ ଜଣିଆ ଲୋକସଭା ପ୍ରାର୍ଥୀ ତାଲିକାରେ ପୁରୀରୁ ଅରୂପ ପଟ୍ଟନାୟକ, କଟକରୁ ସଂତୃପ୍ତ ମିଶ୍ର, ଯାଜପୁରରୁ ଶର୍ମିଷ୍ଠା ସେଠୀ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ ଓ ଢେଙ୍କାନାଳୁ ଅବିନାଶ ସାମଲ ପ୍ରାର୍ଥୀ ହୋଇଛନ୍ତି। ଏହାକୁ ମିଶାଇ ବିଜେଡ଼ି ଆଜି ମୋଟ ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।
ଏହା ପୂର୍ବରୁ ବିଜେପି ପୁରୀ ଆସନ ପାଇଁ ସଂବିତ ପାତ୍ରଙ୍କ ନାଁ ଘୋଷଣା କରିଥିଲା । ଫଳରେ ପୁରୀରେ ସଂବିତ ପାତ୍ର ଓ ଅରୁପ ପଟ୍ଟନାୟକଙ୍କ ମଧ୍ୟରେ ଲଢେଇ ହେବ ।

Leave A Reply

Your email address will not be published.