ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା : ଅଧିକାଂଶ ପୁରୁଣା ମୁହଁ

0


ଭୁବନେଶ୍ବର : ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ପ୍ରଥମ ଦଫାରେ ୭୧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି । ତାଲିକାରେ ଅଧିକାଂଶ ପୁରୁଣା ମୁହଁ ହୋଇଥିବାବେଳେ କେତେକ ସ୍ଥାନରେ ନୂଆ ମୁହଁ ଦେଖିବାକୁ ମିଳିଛି ।
କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଓ ବାଲେଶ୍ବର ଜିଲ୍ଲା ବସ୍ତାରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଛି। ପାଟକୁରାରେ ସାବିତ୍ରୀ ଅଗ୍ରୱାଲଙ୍କ ସ୍ଥାନରେ ଅରବିନ୍ଦ ମହାପାତ୍ର ଓ ବସ୍ତାରେ ନିତ୍ୟାନନ୍ଦ ସାହୁଙ୍କ ସ୍ଥାନରେ ସୁଭାଶିନୀ ଜେନାଙ୍କୁ ଟିକଟ୍ ମିଳିଛି। ଭଦ୍ରକରୁ ବିଜେଡି ବିଧାୟକ ସଂଜୀବ ମଲ୍ଲୀକଙ୍କୁ ଭଣ୍ଡାରୀପୋଖରୀରୁ ଟିକେଟ ମିଳିଛି। ଅପରପକ୍ଷେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ମଲିକ ଏଥର ଭଦ୍ରକରୁ ନିର୍ବଚନ ଲଢ଼ିବେ। ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ବ୍ରହ୍ମଗିରିରୁ ଟିକେଟ ହାତେଇଥିବା ବେଳେ ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମାଙ୍କୁ ବିଜେଡି ସତ୍ୟବାଦୀରେ ପ୍ରାର୍ଥୀ କରିଛି। ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଓ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ପରେ ବିଜେଡି ଉଭୟଙ୍କ ପୁଅ ସୁନୀଲ ମହାନ୍ତିଙ୍କୁ ପୁରୀରୁ ଓ ବିପ୍ଲବ ପାତ୍ରଙ୍କୁ ଦିଗପହଣ୍ଡିରୁ ବିଧାୟକ ପ୍ରାର୍ଥୀ କରିଛି। ସେହିପରି ଚିକିଟି ବିଧାୟିକା ଉଷାଦେବୀଙ୍କ ପୁଅଙ ଚିନ୍ମୟନନ୍ଦ ସ୍ବରୂପ ଦେବଙ୍କୁ ଟିକେଟ୍ ଦେଇଛି। ନୂଆ ମୁହଁ ଭାବେ ଏଥର ବିଜେଡି ଟିକେଟରେ ଧାମନଗରରୁ ସଂଜୟ ଦାସ ଓ ଯାଜପୁରରୁ ସୁଜାତା ସାହୁ ଲଢ଼ିବେ।

Leave A Reply

Your email address will not be published.